May 10, 2026

କୁଖ୍ୟାତ ଚୋର ଉପରକୁ ପୋଲିସର ଏନକାଉଣ୍ଟର,ଆହତ ଚୋର ଭିମସାରରେ ଭର୍ତ୍ତି 

IMG-20250304-WA0021
Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଆଜି ମଙ୍ଗଳବାର ଭୋର ସକାଳୁ ଅଇଁଠା ପାଲି ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର ହୋଇଛି।ପୋଲିସ ଉପରକୁ ବନ୍ଧୁକରୁ ୨ ରାଉଣ୍ଡ ଗୁଳି ମାରି ପୋଲିସ ଆଖିରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଓଲଟା ପୋଲିସ ଏନକାଉଣ୍ଟରରେ ମହେଶ କୁମାର ଶର୍ମା ଓରଫ ଗୁଡ୍ଡୁ ନାମକ ଜଣେ ଯୁବକ ଆହତ ହୋଇ ପୋଲିସ ହାତରେ ଧରାପଡିଛନ୍ତି । ମହେଶଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅଇଁଠା ପାଲି ପୋଲିସ ଯୁବକକୁ କାବୁ କରି ବୁର୍ଲା ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।

 

ସୋମବାର ଦିନ ୩ ଟାରେ ଅକ୍ଷୟ କୁମ୍ଭାର ନାମକ ଜନୈକ ବ୍ୟକ୍ତିଙ୍କ ନିକଟରୁ ବନ୍ଧୁକ ମୁନରେ ଘରୁ ୪୫ ହଜାର ଲୁଟିନେବା ଘଟଣାରେ ପୋଲିସ ଏହାର ପିଛା କରିଥିଲା। ଏହି କୁଖ୍ୟାତ ଚୋରକୁ ଧରିବାରେ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ଆଜି ଭୋର ସକାଳେ ଅଇଁଠାପାଲି କାଇଁସିର ନିକଟ ଅଞ୍ଚଳରେ ମନିଙ୍ଗ ୱାକ ରେ ଥିବା ମହିଳା ମାନଙ୍କୁ ଟାର୍ଗେଟ କରି ଛପି ଥିବା ମୁକେଶର ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ପୋଲିସକୁ ଦେଖି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି କରି ଫେରାର ହେବାକୁ ପ୍ରୟାସ କରିବାକୁ ଚେଷ୍ଟା କରିଥିଲା।ଲମ୍ବଡୁଙ୍ଗରି ଠାରେ ଥିବା ଏକ ମନ୍ଦିର ନିକଟ ରାସ୍ତାରେ ପୋଲିସ ଓ ଚୋର ମଧ୍ୟ୍ୟରେ ଛକାପଞ୍ଜା ଲାଗିରହିବାରୁ ପୋଲିସ ନିଜର ସୁରକ୍ଷାକୁ ନେଇ ମୁକେଶର ବାମ ଗୋଡ଼କୁ ଲକ୍ଷ କରି ଗୁଳି ମାରି କାବୁ କରିବା ସହିତ ତାଠାରୁ ଏକ ବନ୍ଧୁକ, ୭ ଏମଏମ ର ୨ ଟି ଅଫୁଟା ଗୁଳି, ବ୍ୟବହାର କରୁଥିବା ମୋଟସାଇକଲ ଓ ନଗଦ ୪୦ ହଜାର ଟଙ୍କା ପୋଲିସ ଜବତ କରିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟଯେ, ମହେଶ ଜଣେ ପେସାଦାର କୁଖ୍ୟାତ ଚୋର ଓ ସେ ବରଗଡ଼ ସହର ରେଲୱେ ଷ୍ଟେସନର ବାସିନ୍ଦା।ଅଇଁଠାପାଲି ଥାନାର ଏହି କେଶକୁ ବାଦ ଦେଇ ମହେଶ ନାମରେ ପୂର୍ବରୁ ବରଗଡ଼, ବରପାଲି, ଭେଡେନ, ଟିଟିଲାଗଡ଼, ହୀରାକୁଦ, ବୁର୍ଲା, ବରେଇପାଲି, ରେଢ଼ାଖୋଲ ପ୍ରଭୃତି ଥାନାରେ ୨୪ ଟି ମାମଲା ରହିଛି।