May 10, 2026

ମିଳିତ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା, ୫ ଗିରଫ 

IMG-20250302-WA0019
Share

 

ବୁଗୁଡା :ତ୦୨/୦୩/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଖଦାଳ ସାହିରେ ଥଟ୍ଟାମଜାରୁ ଗଣ୍ଡଗୋଳ ଏବଂ କାଠ ଫାଳିଆରେ ମିଳିତ ଆକ୍ରମଣ ଯୋଗୁଁ ଯୁବକ ଅଭିମନ୍ୟୁ ନାଇକଙ୍କ ମୃତ୍ୟୁ ଘଟଣାରେ ଜଡିତ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲା ନାଇକଙ୍କ (୩୯), ସିମାଞ୍ଚଳ ନାଇକ(୨୩) , ଯାଜ୍ଞସେନୀ ନାଇକ(୨୨),ବାବୁଲା ନାଇକଙ୍କ ସ୍ତ୍ରୀ ସଞ୍ଜୁ ନାଇକ (୩୦) ଓ ବିଶୁ ନାଇକଙ୍କ ପତ୍ନୀ ସଞ୍ଜୁ ନାଇକ(୫୦) । ପ୍ରକାଶ ଯେ, ଗତ ଶୁକ୍ରବାର ଅପରାହ୍ନରେ ବଳରାମ ତାଙ୍କର ସମ୍ପର୍କୀୟଙ୍କ ଘରେ ଥଟ୍ଟାମଜା କରୁଥିବା ବେଳେ ତାହା ଭୟଙ୍କର ଗଣ୍ଡଗୋଳରେ ପରିଣତ ହୋଇଥିଲା ଏବଂ ସେ ସମ୍ପର୍କୀୟଙ୍କ ମିଳିତ ଆକ୍ରମଣରେ ଆହତ ହୋଇ ଘରକୁ ଫେରିଥିଲେ। ରାତି ପ୍ରାୟ ଦଶଟା ବେଳକୁ ବଳରାମଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଭୋର ଚାରିଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୧୩୩/୨୫ରେ ଏକ ମାମଲା ରୁଜୁ କରିଥିଲା। ଏଥି ସହ ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିଲା।