March 1, 2025

ସୁରୀ କ୍ଲଷ୍ଟର ରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Share

 

 

କୋଲନରା: ( ସଞ୍ଜୀବ କୁମାର କଣ୍ଡାଗରୀ )କୋଲନରା ବ୍ଲକର ସୁରୀ କ୍ଲଷ୍ଟର ଅନ୍ତର୍ଗତ ଡ଼କୁଲୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ତାଡିଙ୍ଗି ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସୁରୀ ସରପଞ୍ଚ ଛବି ଜିଲାକାରା, ମୁଖ୍ୟବକ୍ତା ଭାବେ ମଣିସିଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଦାଧର ପାଢ଼ୀ, ସମ୍ମାନିତ ଅତିଥି ଭାବେ ସୁରୀ ସି ଆର ସି ସି ମାଝିଆ ରାଓ କଣ୍ଡାଗରୀ ଯୋଗ ଦେଇଥିବା ବେଳେ, ଆର ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ନରେନ୍ଦ୍ର କୁମାର ଭୂୟାଁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସୁରୀ କ୍ଲଷ୍ଟରର ୧୪ ଟି ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ପ୍ରତ୍ୟେକ ବିଦ୍ୟାଳୟ ରୁ ୧୦ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟା ଜ୍ଞାନ ( ଏଫ ଏଲ ଏନ ) ଆଧାରିତ ଶିକ୍ଷଣ ସାମଗ୍ରୀର ସର୍ବ ସମ୍ମୁଖରେ ପ୍ରଦର୍ଶନ କରା ଯାଇଥିଲା। ଏଥିରେ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ୩ ଟି ବିଦ୍ୟାଳୟ କୁ ମନୋନୀତ କରା ଯାଇଥିଲା। ପ୍ରଥମ ସ୍ଥାନରେ ଡକୁଲୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦ୍ୱିତୀୟ ସ୍ଥାନରେ ରଡାଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ତୃତୀୟ ସ୍ଥାନ ଜାମୁ ଲେଲିବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଧିକାର କରିଥିଲା। ଏହି ୩ଟି ବିଦ୍ୟାଳୟ ବ୍ୟତୀତ ଅଂଶଗ୍ରହଣ କାରି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ପୂଜାରିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ମହାଙ୍କୁଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାପତି ସଭା ସାଙ୍ଗ କରିଥିଲେ।