May 11, 2026

ପବିତ୍ର ମହାଶିବରାତ୍ରି ଉତ୍ସବ କୁ ବାବା ଆଖଣ୍ଡଳମଣି ଯୋଗ ଓ ଆଧ୍ୟାତ୍ମିକ କେନ୍ଦ୍ରର ଅନଲାଇନ ଓ ଅଫଲାଇନର ସମସ୍ତ ସଦସ୍ୟ ମିଳିତ ଭାବେ ପାଳନ କରିଛିନ୍ତି

IMG-20250228-WA0010
Share

         ପବିତ୍ର ମହାଶିବରାତ୍ରି ଉତ୍ସବ କୁ ବାବା ଆଖଣ୍ଡଳମଣି ଯୋଗ ଓ ଆଧ୍ୟାତ୍ମିକ କେନ୍ଦ୍ରର ଅନଲାଇନ ଓ ଅଫଲାଇନର ସମସ୍ତ ସଦସ୍ୟ ମିଳିତ ଭାବେ ପାଳନ କରିଛିନ୍ତି। ଯୋଗ ଶିକ୍ଷା କେନ୍ଦ୍ରରେ ସମସ୍ତ ସଦସ୍ୟ ପ୍ରାଣାୟାମ meditation ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର 108 ଥର ଉଚ୍ଚାରଣ କରିଥିଲେ ବିଶ୍ୱର କଲ୍ୟାଣ ଆର୍ଥ। ସକାଳୁ ସମସ୍ତ ସଦସ୍ୟ ସ୍ନାନ କରି ଭାଗବାନ ଶିବଙ୍କର ଫଟୋ ଲଗାଇ ଝୋଟି ଚିତା ପକାଇ ଶିବଲିଙ୍ଗ ଆକୃତିର କଳସ ସ୍ଥାପନ କରି । ମିଳିତ ଭାବେ ଜାଗର ଉତ୍ସବକୁ ପାଳନ କରିଥିଲେ ସନ୍ଧ୍ୟାରେ ଷ୍ଟେଜରେ ଯୋଗ ଯୁକ୍ତ ରୋଗ ମୁକ୍ତ ଶୀର୍ଷକ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। ରାତ୍ରରେ ସମୂହ ଦୀପ ଜଳାଇ ସମସ୍ତଙ୍କ ଜୀବନର ମଙ୍ଗଳ କାମନାକରି ଅହୋରାତ୍ର ଉଜାଗର ରହି ଶିବଙ୍କର ଆରଧନା କରିଥିଲେ ସମସ୍ତ ସଦସ୍ୟ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ