May 11, 2026

ଗାୟତ୍ରୀ ମହାବିଦ୍ୟାଳୟରେ ନିଧି ଆପକେ ନିକଟ ଇ ପି ଏଫ ର ସଚେତନତା ଶିବିର..

IMG-20250228-WA0002
Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ନିଧି ଆପକେ ନିକଟ ଇ ପି ଏଫ ର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଇ ପି ଏଫ କାର୍ଜ୍ୟାଳୟର ଆକାଉଣ୍ଟ ଅଫିସର ବା ନୋଡଲ ଅଫିସର ଶ୍ରୀ ମନରଞ୍ଜନ ସାହୁ ଏବଂ ସୋସିଆଲ ସେକ୍ୟୁରିଟି ଅଫିସର ଶ୍ରୀ ପ୍ରେମ କୁମାର ଙ୍କ ତତ୍ୱାବଧାନରେ ଏହି ସଚେତନ ଶିବିର ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡା.କାହ୍ନୁ ଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ଶ୍ରୀ ପି ଭି କୋଟେଶ୍ଵର ରାଓ , ଆକାଉଣ୍ଟାଣ୍ଟ ଶ୍ରୀ ଦିବାକର ମହାନ୍ତି, ଜି ଆଇ ସି ଏମ ଏସ ର ଅଧ୍ୟକ୍ଷ ଶ୍ରୀ ସମରଜିତ କର ପ୍ରମୁଖ ମଞ୍ଚାସୀନ ଥିଲେ।

 

ଶ୍ରୀ ସାହୁ ଇ ପି ଏଫ ର ବିଭିନ୍ନ ଦିଗ ଉପରେ ଆଲୋକପାତ ପୂର୍ବକ ଇ ପି ଏଫ ର ବିଭିନ୍ନ ଉପଦେୟତା ଉପରେ ବିସ୍ତୃତ ଧାରା ବିବରଣୀ ଉପସ୍ତିତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ଇ ପି ଏଫ ର ତିନୋଟି ବିଭାଗ ଯଥା ଭବିଷ୍ୟ ନିଧି, ପେନସନ, ଏବଂ ଇନସୁରାଂଶ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।

୧) ଏମପ୍ଲଇସ ପ୍ରଭିଦନ୍ତ ଫଣ୍ଡ ଷ୍କିମ (ଇ ପି ଏଫ ) ଯାହା ୧୯୫୨ ମସିହାରେ ଆରମ୍ବ ହୋଇଥିଲା ।

୨) ଏମପ୍ଲଇସ ପେନସନ ଷ୍କିମ (ଇ ପି ଏସ ) ଯାହା ୧୯୯୫ ମସିହାରେ ଆରମ୍ଭ ହୋଇଥିଲା ।

୩) ଏମଳପୋଏଏସ ଡିପୋଜିଟ ଲିଙ୍କଡ ଇଁସୁରାଂଶ ଷ୍କିମ ଯାହା (ଇ ଡି ଏଲ ଆଇ ) ଯାହା ୧୯୭୬ ମସିହାରେ ଆରମ୍ଭ ହୋଇଥିଲା ।

ଉପରୋକ୍ତ ତିନୋଟି ଷ୍କିମ ବିଷୟରେ ଉପସ୍ଥିତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଙ୍କୁ ଶ୍ରୀ ସାହୁ ଅତି ସହଜ ଏବଂ ସରଳ ଭାଷାରେ ସୁନ୍ଦର ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।