February 28, 2025

ସର୍ବପୁରାତନ ଶୈବପୀଠ ଶ୍ରୀ ଶ୍ରୀ ବାବା ପଶ୍ଚିମେସ୍ୱର ମହାଦେବ ଙ୍କ ମନ୍ଦିରରେ ଜାଗରଯାତ୍ରା ର ନିଆରା ପରମ୍ପରା ..

Share

 

କୁଜଙ୍ଗ

 

“ସର୍ଵମଙ୍ଗଲ୍ୟ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମଃସ୍ତୁତେ” l ସର୍ଵମଙ୍ଗଳ ଦାୟକ ଶିବଶମ୍ଭୁ ହରହର ମହାଦେବ ଙ୍କ ନିକଟରେ ଜାଗରଯାତ୍ରା ଖୁବ ଯାକଜମକରେ ଅନୁଷ୍ଠିତ ହୋଇଥାଏ l ପ୍ରତି ବର୍ଷ ଭଳି ଚଳିତବର୍ଷ ର ଜାଗରଯାତ୍ରା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତ ପଞ୍ଚାୟତର ପଶ୍ଚିମେଶ୍ୱର ମହାଦେବ ଙ୍କ ପୀଠ ରେ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ମହାଶିବରାତ୍ରୀ ର ଏହି ସଂସ୍କୃତି ସମ୍ପନ୍ନ ସମାରୋହ ରେ ଭକ୍ତ ମାନଙ୍କ ଭଜନ କୀର୍ତ୍ତନ ସାଙ୍ଗକୁ ଶିବ ପଞ୍ଚାକ୍ଷରୀ ମହାମନ୍ତ୍ରର ଧ୍ୱନି ପରିବେଶକୁ ଶିବମୟ କରିତୋଳିବା ସହିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମାନସିକ ପ୍ରଦୀପ ପ୍ରଜ୍ବଳନ ଅତୀବ ରମଣୀୟ ଉପଲବ୍ଧି ହୋଇଥିବାର ଦେଖାଯାଇଥିଲା l ପ୍ରାତଃ ସମୟରୁ ରାତ୍ର ଦ୍ଵିତୀୟ ପ୍ରହର ଯାଏ ଭକ୍ତଙ୍କ ଗହଳି ଜାଗରଯାତ୍ରା ର ମାହୋଲ କୁ ଭକ୍ତିଭାବମୟ ପରିବେଶରେ ପରିଣତ କରିଦେଇ ଥିଲା l ସମସ୍ତଙ୍କ ଲକ୍ଷଥିଲା ମନ୍ଦିର ଚୂଡ଼ାକୁ ମହାଦୀପ ର ଗମନ କୁ l ଜାଗର ବ୍ରତଧାରୀ ମାନେ ମହାଦୀପ ଉଠିବା ପରେ ବ୍ରତ ଉଦଯାପନ କରିଥାନ୍ତି l ପ୍ରାୟ ରାତି ୧୧:୩୦ ବେଳକୁ ପୂଜାପଣ୍ଡା ମହାଦୀପ କୁ ନେଇ ମନ୍ଦିର ଚୂଡ଼ାକୁ ଯାଇଥିଲେ l ହରିବୋଲ ହୁଳହୁଳି ଧ୍ୱନିରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଉଠିଥିଲା l ସର୍ବମୁଖରେ ହରହର ମହାଦେବ ନାରା ଗୁଞ୍ଜରୀ ଉଠିଥିବାର ପ୍ରତିଧ୍ୱନି ସର୍ବତ୍ର ବ୍ୟାପିଯାଇଥିଲା l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।