February 28, 2025

ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ 

Share

ବୁଗୁଡ଼ା :ତା ୨୭/୦୨/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଦିବ୍ଯ ଦର୍ଶନ ଜରାଶ୍ରମ ପରିସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ବୃନ୍ଦାବନ ନାୟକ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାମ ନାରାୟଣ ସାହୁ, ପିପୁଲ୍ସ କଲେଜ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଜରାଶ୍ରମ ଚେୟାରମ୍ୟାନ ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସ୍ବଚ୍ଛତା ହିଁ ସେବା ସମ୍ପର୍କେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କାଳରେ ଛାତ୍ରଛାତ୍ରୀମାନେ ଜରାଶ୍ରମ ପରିସରକୁ ସଫେଇ କରିଥିଲେ।

ଏ ଅବସରରେ ବିଭାଗୀୟ ବିଏରର୍ ବିଦ୍ଯାଧର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏଥି ସହ ଜରାଶ୍ରମ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ ବିଜେନ୍ଦ୍ର ଆଚାର୍ଯ୍ୟ ଓ ସୌମ୍ୟ ରଞ୍ଜନ ପ୍ରଧାନ , ଡେମୋନଷ୍ଟେଟର୍ ନରହରି ଚୌଧୁରୀ ଓ ଯସ୍ମିନ ସାହୁ, ବିଏରର୍ ଅନିଲ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ।