May 10, 2026

ଝିଙ୍କିମିଙ୍କି ରଘୁନାଥଙ୍କ ପୀଠରେ ଦ୍ୱାଦଶ ତମ ବିଶ୍ଵାଶାନ୍ତି ମହାଯଜ୍ଞ ଉଦଯାପିତ..

IMG-20250224-WA0027
Share

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳ ସିଂହ ସ୍ଥିତ ପ୍ରସିଦ୍ଧ ଝିଙ୍କିମିଙ୍କି ଶ୍ରୀ ରଘୁ ନାଥ ଙ୍କ ପୀଠରେ ଦ୍ୱାଦଶ ତମ ବାର୍ଷିକ ବିଶ୍ଵାଶାନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ସୋମବାର ପ୍ରଥମ ଦିବସ ଅଧିବାସ ରେ ଅଙ୍କୁରାରୋପଣ, ସୂର୍ଯ୍ୟ ପୂଜା, ଗୋ ପୂଜା ଆଦି କରାଯାଇଥିଲା l ଦ୍ୱିତୀୟ ଦିବସ ମଙ୍ଗଳବାର କଳସ ଶୋଭାଯାତ୍ରା, କଳସ ସ୍ଥାପନ, କରା ଯାଇଥିବା ବେଳେ ତୃତୀୟ ଦିବସ ବୁଧବାରେ ପୂଜା ପାଠ, ମହା ଯଂଜ୍ଞ ଆରମ୍ଭ ଆଦି କରାଯାଇଥିଲା ଚତୃର୍ଥ ଦିନ ଶେଷ ଦିବସରେ ରୀତିନୀତି ଅନୁସାରେ ସମସ୍ତ ପୂଜା ପାଠ କରା ଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ମାପନ କରା ଯାଇଥିଲା l ଯଜ୍ଞାଦି ବରିଷ୍ଠ ବ୍ରାହ୍ମଣ ବସନ୍ତ କୁମାର ରଥଙ୍କ ଦ୍ୱାରା ସମସ୍ତ ପୂଜା ପାଠ କାର୍ଯ୍ୟ କରାଯାଇଥିବା ବେଳେ କର୍ତ୍ତା ଭାବେ ଦିନବନ୍ଧୁ ଦାଶ ମହାରାଜ କାର୍ଯ୍ୟ ତୁଲାଇଥିଲେ l ଚାରି ଦିନ ଧରି ପ୍ରତ୍ୟେହ ଦିବସରେ ବୋଲଗଡ ବ୍ଲକ ଅଞ୍ଚଳର ନିକଟସ୍ଥ ମଣ୍ଡଳ ସିଂହ, କାଉତରା, ଦିଘିରି, ଟାଙ୍ଗୀସାହି, ଭୀମପଡା, କୁସୁପଲ୍ଲା, କୋଟପଲ୍ଲା ଓ ନୟାଗଡ଼ ଜିଲ୍ଲା ର ସୀମାନ୍ତ ଅଞ୍ଚଳର ଗୋପାଳପୁର, ଜାମୁସାହି, କାଳିଆ ମୂଳି, ଜନହି ପଦା, ଶାମଘନ ପୁର, ବିଜିପୁର, ସାନ କାଉତରା ଗ୍ରାମ ଗୁଡିକର ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ଜନ ସମାଗମ ହୋଇଥିଲା l ଚାରି ଦିନ ଧରି ପ୍ରତ୍ୟେହ ଦିବସରେ ଠାକୁରଙ୍କ ନିକଟରେ ପ୍ରାସାଦ ଲାଗୁ କରାଯାଇ ଅନ୍ନ ଛତ୍ର ବ୍ୟବସ୍ଥା କରା ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ନିକଟସ୍ଥ ନୟାଗଡ ଜିଲ୍ଲା ସୀମାନ୍ତ ଖୋର୍ଦ୍ଧା ଜିଲ୍ଲାର ନିକଟସ୍ଥ ଗ୍ରାମ ଗୁଡି କର ଜନ ସାଧାରଣମାନେ ସହ ଯୋଗ କରି ପରିଚାଳନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।