February 25, 2025

ହରିହର ଭେଟ ସହିତ ଘଣ୍ଟଘଣ୍ଟା ନାଚଗୀତ ରେ ପ୍ରକମ୍ପିତ ହେଲା ଆଳିପାଟଣା ଗ୍ରାମ ..

Share

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଆଳୁପାଟଣା ଗ୍ରାମରେ ଦୀର୍ଘଦିନ ହେବ ବାବା ଚଉବରଙ୍କ ନିକଟରେ ୭୦ତମ ବିଶ୍ଵଶାନ୍ତି ମହାଯଜ୍ଞ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା l ଏହି ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଦିବସରେ ହଜାର ହଜାର ଭକ୍ତଙ୍କ ସମାଗମ ସହିତ ସମସ୍ତ ଦେବାଦେବୀମାନଙ୍କୁ ଦୋଳରେ ବସାଇ ଗ୍ରାମର ଆବାଳ ବୃଦ୍ଧବନିତା ଘଣ୍ଟ ମୃଦଙ୍ଗ ର ତାଳେତାଳେ ନାଚି ନାଚି ଗାଁ ଅଭିମୁଖେ ନିଜ ନିଜ ଆସ୍ଥାନକୁ ଆଣିବା ପୂର୍ବରୁ ଗାଁ ମଝିରେ ନାଚିନାଚି ହରିହର ଭେଟ କରାଇଥିଲେ l ପରେପରେ ଦେବାଦେବୀ ମାନେ ନିଜ ନିଜର ଆସ୍ଥାନକୁ ଯାଇଥିଲେ l ପରେପରେ ଚଉବରଙ୍କ ପୀଠରେ ହଜାର ହଜାର ଭକ୍ତ ପ୍ରସାଦ ସେବନକରି ଘରକୁ ଫେରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l