February 24, 2025

ପଞ୍ଚମ ଦିନରେ ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକୁ ପ୍ରତିଯୋଗିତା..

Share

 

ଏକ ନୂତନ ଇତିହାସ ରଚୁଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ , ସୁନ୍ଦର ତଥା ଭବ୍ୟ ଅୟୋଜନ କରି ପଞ୍ଚମ ଦିନରେ ପହଁଚିଛି ଓଡ଼ିଶା ଆନ୍ତଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକୁ ପ୍ରତିଯୋଗିତା । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏହି ଭଳି ଲୋକନୃତ୍ୟର ମହାମିଳନ ବହୁତ ପ୍ରଶଂସା କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯାହାକୁ ନେଇ ପ୍ରତିଯୋଗୀ ମାନକ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ପାଞ୍ଚ ଦିନ ସଫଳ ଆୟୋଜନ ଓଡ଼ିଶା ବିଭିନ୍ନ ବିଶ୍ଵବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମନମୁଗ୍ଧ କରିଛି । ଅଭିଜ୍ଞତା ହେଉଛି ସର୍ବୋତ୍ତମ ଶିକ୍ଷକ ଯାହାକୁ ଆମେ ଏଠି ଲାଭ କରିଛୁ ତାହା ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରତିଯୋଗୀଙ୍କ ମୁହଁ ରୁ ଶୁଣିବାକୁ ମିଳୁଛି । ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକୁ ପ୍ରତିଯୋଗିତା ପଞ୍ଚମ ଦିନରେ ନୂତନ ସମ୍ମିଳନୀ କକ୍ଷ ରେ ଚିତ୍ରାଙ୍କନ, ବିଜୁ ପଟ୍ଟାୟକଙ୍କ ପ୍ରେକ୍ଷାଳୟ ଏକକ ଅଭିନଭିୟ ,କ୍ଷୁଦ୍ର ନାଟକ ସହ ବିଶ୍ଵବିଦ୍ୟାଳୟ ଖେଳପଡିଆ ତଥା ପାଞ୍ଚ ଦିନ ର ଗୌରବର ଗାଥା କୁ ନିଜ ଛାତି ଉପରେ ଜାବୁଡ଼ି ଧରି ଥିବ ଭଞ୍ଜ ସାଂସ୍କୃତିକମଞ୍ଚ ରେ ପ୍ରତିଯୋଗିତା ର ଶେଷ ପାହାଚ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରତେକ ଦିନ ଭଳି ଆଜି ମଧ୍ୟ ଉନ୍ମୋଚନ ହେଲା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ପତ୍ରିକା । ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହ ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ।

You may have missed