ଆଜିର ଖବର..

୧-ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଦାୟିତ୍ୱରେ ଏବେ ଦୁଇ ଓଡ଼ିଆ।
୨-୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ
୩-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ,ପୁଞ୍ଜି ନିବେଶ ଉପରେ ହେଲା ଆଲୋଚନା।
୪-ଭୁବନେଶ୍ୱର:ଶିକ୍ଷକ ମୂଲ ଲାଗିବା ପରେ ଚେତା ପଶିଲା, ଜିଲ୍ଲା ଶିକ୍ଷାଧିକାରୀଙ୍କ ଆକାଉଣ୍ଟକୁ ଗଲା ଶିକ୍ଷକଙ୍କ ଦରମା।
୫-ପରଲୋକରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ; ଓଡିଶୀ ନୃତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ପାଇଛନ୍ତି ପଦ୍ମଶ୍ରୀ ସହ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର।
୬-ରାଉରକେଲା ସେକ୍ଟର ୪ରେ ଫୁଟିଲା ଗୁଳି, ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର
୭-ନୂଆପଡ଼ା:୭ ଲକ୍ଷ ୨୦ହଜାର ଟଙ୍କା ଆତ୍ମସାତ ଅଭିଯୋଗ, ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଗିରଫ।
୮-ପାଳଲହଡା ଗଣବଳାତ୍କାର ଓ ହତ୍ୟା ଘଟଣା: ପୁଲିସର ତନାଘନା,୬ ଅଟକ।
୯-ଜଗତପୁର:ମୋ ବସରେ ଅଚାନକ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।
୧୦-କେନ୍ଦୁଝର ଜିଲାର ବଡବିଲସ୍ଥିତ ଗ୍ରେୱାଲ ମିନେରାଲ ଆଣ୍ଡ ମେଟାଲ କମ୍ପାନୀର ଅଧିକାରୀଙ୍କୁ ଅପହରଣ ମାମଲାରେ ୭ ଗିରଫ, ୫୦ ଲକ୍ଷ ଟଙ୍କା ଉଦ୍ଧାର।
୧୧-କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ହେଲେ ସାମିଲ।
୧୨-ଭୁବନେଶ୍ୱର:୬ ଜିଲ୍ଲାକୁ ବର୍ଷା ବଜ୍ରପାତ ସତର୍କତା ସୂଚନା ଜାରି।
୧୩-ଚୌଦ୍ୱାର:ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ।
୧୪-୭୩ ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତା ଉଦଘାଟନ, ଅଂଶଗ୍ରହଣ କଲେ ମୋଟ୍ ୭୯୭ ଜଣ।
୧୫-ସୋର:ସେନା କର୍ମଚାରୀ ରାଜେଶ ଶିଅଳଙ୍କ ଘରୁ ଲୁଟ୍, ତାଲା ଭାଙ୍ଗି ନେଇ ଗଲେ ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର।
୧୬-ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଢିଲା, ପଶିଲେ ବିଦେଶୀ ପର୍ଯ୍ୟଟକ।
୧୭-ଖୋର୍ଦ୍ଧା,ପୀତାପଲ୍ଲୀ ଛକ:ଦ୍ରୁତ ଗତି ହେଲା କାଳ, ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର।
୧୮-କିଟ୍ ବିଶ୍ବବିଦ୍ୟାଳୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଛାତ୍ର ସଂଗଠନ, ବିଶୃଙ୍ଖଳାକୁ ବଢ଼ାଇ ପିଲାଙ୍କ ଭବିଷ୍ୟତ ସହ ଖେଳା ନ ଯାଉ।
୧୯-ସରକାର ବଦଳୁଛି ବଦଳୁନି ଦାଦନ ଦୁଃଖ; ସାମ୍ନାକୁ ଆସିଲା ଦୟନୀୟ ଚିତ୍ର, ୨ବର୍ଷରେ ଗଲାଣି ୨ଶହ ଜୀବନ।
୨୦-ନାନୋମେଡିସିନର ସଦ୍ୟତମ ବିକାଶ ଉପରେ KIIT ରେ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ।
୨୧-ତେଲେଙ୍ଗାନାରେ ଭୁଷୁଡିଲା ନିର୍ମାଣଧୀନ ଟନେଲ; ଫଶି ରହିଛନ୍ତି ୭ ଜଣ ଶ୍ରମିକ, ରେସକ୍ୟୁ ଅପରେସନରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ
୨୨-ଏମିତି ବି ହୁଏ ପାକିସ୍ତାନରେ…ଚାଲିଥିଲା ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ, ବାଜିଲା ଭାରତର ଜାତୀୟ ସଙ୍ଗୀତ।
୨୩-ଚମ୍ପିୟାନ ଟ୍ରଫି:ଇଂଲିଶଙ୍କ ଶତକ ଆଗରେ ଇଂଲଣ୍ଡ ଧରାଶାୟୀ, ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠୁ ବଡ଼ ଲକ୍ଷ୍ୟ ପିଛା କଲା ଅଷ୍ଟ୍ରେଲିଆ।
୨୪-ଦୁବାଇ: ଭାରତ -ପାକିସ୍ଥାନ ମହାମୁକାବିଲା ଆଜି, ପ୍ରସାରଣ ୨ଟା୩୦ରୁ ଷ୍ଟାର ସ୍ପୋର୍ଟସରେ।
୨୫-ଗାଜା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ ସଂଗଠନ ହମାସ ୬ ଜଣ ଇସ୍ରାଏଲ ବନ୍ଧକଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଛି।
*🙏 ସୁପ୍ରଭତ 🙏*