May 10, 2026

ଭବାନୀପାଟଣାରୁ କଲ୍ୟାଣସିଂପୁର ରାସ୍ତା କାର୍ଯ୍ୟ ଅତିଶୟ ନିମ୍ନମାନର..

IMG-20250222-WA0016
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଭବାନୀପାଟଣା ଠାରୁ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ପ୍ରଶସ୍ତିକରଣ ଚାଲିଛି। କିନ୍ତୁ ରାସ୍ତାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାରଣ ରାସ୍ତା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ପଥର ମେଟାଲ ଗୁଡିକ ଅତ୍ୟନ୍ତ ନିମ୍ନମାନର ଏବଂ ରାସ୍ତା ଉପରେ ପତଳା ସ୍ତରରେ ବିଛାଯାଉଛି।ରାସ୍ତା କାମ ଚାଲୁଥିବା ସମୟରେ ମଧ୍ୟ ଦୈନିକ ଶହ ଶହ ଗାଡି ମୋଟର ତା’ଉପରେ ଯିବାଆସିବା କରିବା ଦ୍ଵାରା ମେଟାଲ ଗୁଡିକ ନିମ୍ନମାନର ହୋଇଥିବାରୁ ଗୁଣ୍ଡ ହୋଇ ଯାଉଛି। ଯାହାଦ୍ୱାରା ପ୍ରବଳ ମାତ୍ରାରେ ଧୂଳି ଉଡିବା ଯୋଗୁଁ ଲୋକଙ୍କ ତଥା ସ୍କୁଲ ପିଲାଙ୍କ ଆଖି ନାକରେ ପଶି ବ୍ୟତି ବ୍ୟସ୍ତ କରିଦେଉଛି ଏବଂ ଏହା ଦ୍ୱାରା ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି।ଯଦିଓ ରାସ୍ତାକାମ ଚାଲିଥିବା ବେଳେ ଧୂଳି ନ ଉଡିବା ପାଇଁ ପାଣି ସିଞ୍ଚନ କରାଯିବା ନିୟମ ଅଛି। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି।ଏହାଛଡା ଏହି ରାସ୍ତା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି ଫଳରେ ଜନଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି।ସମ୍ପୃକ୍ତ ଇଲାକାର କିଛି ବୁଦ୍ଧିଯିବି କହିଛନ୍ତି ଯେ ଏହି କାର୍ଯ୍ୟର ଶୀଘ୍ର ସମାଧାନ ନହୁଏ ତାହାହେଲେ ବିଭାଗର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ମନସ୍ଥ କରିଥିବା ଶୁଣିବାକୁ ମିଳୁଛି।