February 23, 2025

ରାଉରକେଲା ରେଡ ଦଳ କୁ ଟ୍ରାଇ ବ୍ରେକର୍ ରେ ୪-୩ ଗୋଲ୍ ରେ ହରାଇ ସୋନପୁର ରାମଧୁନ କ୍ଲବ ଦ୍ଵିତୀୟ ସେମି ରେ ପ୍ରବେଶ…

Share

 

 

ସୋନପୁର(ସୁଶାନ୍ତ କୁମାର ସାହୁ)ସୋନପୁର ୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ୍ ୨୦୨୫ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ପୁଲ ବି ର ଦ୍ଵିତୀୟ ମ୍ୟାଚ ରାଉରକେଲା ଦଳ ଓ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି।ଶେଷ ଯାଏ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ରାଉରକେଲା ରେଡ ଦଳ କୁ ଟ୍ରାଇ ବ୍ରେକର ରେ ୪-୩ ଗୋଲ୍ରେ ହରାଇ ସୋନପୁର ରାମ ଧୂନ୍ କ୍ଲବ୍ ଦଳ ଟୁର୍ଣ୍ଣlମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲ କୁ ପ୍ରଵେଶ କରିଛି। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି ଭାବରେ ଚିଫ୍ ସି ଏସ ଓ ଶ୍ରୀ ନିରଜ୍ ରଞ୍ଜନ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ମାର୍କେଟିଂ ମ୍ୟାନେଜର ଶ୍ରୀ ସୁବଳ ସାହୁ, ଧମା କଲେଜ ପି ଇ ଟି ରାମ କୁମାର ସାହୂ ଯୋଗ ଦେଇ ଖେଳ କୁ ଉଦଘାଟନ କରି ଖେଳାଳୀ ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ନିମନ୍ତ୍ରିତ ଅତିଥି ଭାବରେ ଘରୋଇ ବସ ସଂଘ ଜିଲ୍ଲା ସଭାପତି ଦୀପକ ମହାପାତ୍ର, ସମ୍ପାଦକ ସୁଦର୍ଶନ ପଣ୍ଡା, ପୌର ପରିଷଦ କାଉନସିଲର ଗଙ୍ଗା ତରିଆ,ସୁକାନ୍ତ ସାହୂ,ପି.ରାଜ କିଶୋର ରାଓ,ଭାଗରଥି ମିଶ୍ର, ପୋଲିସ କନେଷ୍ଟବଲ୍ ସଂଘ ପ୍ରାକ୍ତନ ସଭାପତି କୁମୁଦ ରଞ୍ଜନ ସାହୁ,ରାମ ଧୂନ୍ କ୍ଲବ ଦଳ ର ଫ୍ରାଞ୍ଚାଇଜ୍ +୨ ଅଦିତି କଲେଜ ଅଧ୍ୟକ୍ଷ ନିଶାନ୍ତ ମହାନ୍ତି ଓ ରାଉରକେଲା ରେଡ ଦଳ ର ଫ୍ରାଞ୍ଚାଇଜ୍ ସାରଦା ଟେକ୍ ଆଇ ଟି ଟ୍ରେନିଂ ସେଣ୍ଟର୍ ଡାଇରେକ୍ଟର ମାଧବ ମହଲା,ଭେଟରାନ ଫୁଟବଲ୍ ଖେଳାଳୀ ଗୋବିନ୍ଦ ଦାସ ତରିଆ, ପଦ୍ମନାଭ ଧରୁଆ,ରିଆଜ ମହମ୍ବଦ, ଯୋଗ ଦେଇ କୃତୀ ଓ ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳୀ ରାମ ଧୂନ୍ କ୍ଳବ୍ ର ସୁନିଲ ବାଘ ଙ୍କୁ ପୁରସ୍କୃତ କରିଥିଲେ। ଏହି ଖେଳକୁ ମୁଖ୍ୟ ରେଫରୀ ଭାବେ ଜିତେନ୍ଦ୍ର ଥନାପତି ଖେଳ ପରିଚାଳନା କରିଥିବା ବେଳେ ଫୋର୍ଥ ଅଫିସିଆଲ୍ ସଞ୍ଜୀବ ସାହୁ, ପି ଇ ଟି ସୁଜିତ୍ ରାଜହଂସ,ସଂଜନ କୁଦେଇ ସହଯୋଗ କରିଥିଲେ। ଦିଗାମ୍ୱର ଶତପଥୀ ଓ ମନୋରଞ୍ଜନ ତ୍ରୀପାଠୀ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ।କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ

ତତ୍ଵାବଧlନରେ ଅନୁଷ୍ଟିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ଶ୍ରୀ ତ୍ରୀପାଠୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଦିଗାମ୍ବର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଖେଳକୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ,ମିଡିଆ ଓ ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।