February 23, 2025

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ବ ମାତୃଭାଷା ଦିବସ ପାଳିତ

Share

ବୁଗୁଡ଼ା : ତା ୨୧/୦୨/୨୫ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜର ଓଡ଼ିଆ ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି କୋଷାଧ୍ୟକ୍ଷ ତ୍ରିଲୋଚନ ସାହୁ ଓ ସଦସ୍ୟା ସୁଲୋଚନା ଡାକୁଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ମାଆ , ମାତୃଭୂମି ଓ ମାତୃଭାଷା ପ୍ରତି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ଏବଂ ମାତୃଭାଷାକୁ ଉପେକ୍ଷା କରି କୌଣସି ଜାତି କଦାପି ବଡ ହୋଇପାରି ନାହିଁ କି ହୋଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ଶୃତଲିଖନ, ଶୁଦ୍ଧଲିଖନ, ଶୁଭାଷିତ, ପ୍ରାଚୀର ପତ୍ରିକା, ଆଶୁ ଭାଷଣ ଆଦି ପ୍ରତିଯୋଗିତାର କ଼ୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଗୁରୁମା ତେଜସ୍ବିନୀ ମିଶ୍ରଙ୍କ ସୁଲଳିତ ସଂଯୋଜନାରେ ଆୟୋଜିତ ଉକ୍ତକାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ବିଦ୍ଯାଙ୍ଗିନୀ ବେବର୍ତ୍ତା ଅମୃତ ବଚନ ଏବଂ ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ଡି.ଗାନ୍ଧୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ଯପକ୍ଷରେ ବିଶ୍ବ ମାତୃଭଷା ଦିବସରେ ଶହ ଶହ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ସମ୍ପର୍କେ ଏକ ସଚେତନତା ଶୋଭାଯାତ୍ରାରେ ଶିଶୁ ମନ୍ଦିରରୁ ବାହାରି ନଗର ପରିକ୍ରମା କରିଥିଲେ।