September 24, 2026

ବଞ୍ଜାଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

IMG-20250221-WA0016
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ନାକଟିଦେଉଳ ବ୍ଲକ ଅନ୍ତର୍ଗତ କେଲୋ ଗ୍ରାମ ସ୍ଥିତ ବଞ୍ଜାଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟାପକ ଡ.ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ବ ଓ ସହକାରୀ ଶିକ୍ଷକ ବାବୁଲାଲ ବିଶିଙ୍କ ପର ସଂଯୋଜନାରେ ଆୟୋଜିତ ବାର୍ଷିକ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ବ୍ଲକ ଏବିଡିଓ ବିଦ୍ୟାଧର ରାଉତରାୟ, ମୁଖ୍ୟ ବକ୍ତା ଭାବେ ବାଟଗାଁ କନିଷ୍ଠ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବଳମ ପଞ୍ଚାୟତର ସରପଞ୍ଚ ଅନୁପମା ଗଡନାୟକ, ଗିରିପୁର ସିଆରସିସି ସରୋଜ ବେହେରା ଓ ଯୁବନେତା ଧୀରେନ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟର ଭୁମିକା ତଥା ପ୍ରାଥମିକ ଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ବ୍ରଜ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସୁଭାଷ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପପି କିଶାନ, ରାଜେନ୍ଦ୍ର ପ୍ରଧାନ ଓ ରାଜଶ୍ରୀ ଅଦାବର ସମେତ ସମସ୍ତ କ୍ରୁତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମହେଶ୍ବତା ସିଂ, ହରେକୃଷ୍ଣ ବିଶି ଓ ଜିତେନ୍ଦ୍ର ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।