February 22, 2025

ଉମରକୋଟ ରେ ଦୀର୍ଘ ପାଞ୍ଚ ମାସ ହେଲା ପୁଅ ନିଖୋଜ,ପୁଅ ଆସିବା ବାଟକୁ ଚାହିଁ ବସିଛି ବିଧବା ମାଁ…………..

Share

ଉମରକୋଟ ରେ ଦୀର୍ଘ ପାଞ୍ଚ ମାସ ହେଲା ପୁଅ ନିଖୋଜ,ପୁଅ ଆସିବା ବାଟକୁ ଚାହିଁ ବସିଛି
ବିଧବା ମାଁ………….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡଭରଣ୍ଡୀ ପଞ୍ଚାୟତ ର ଖଗ ଭତ୍ରା ଦୀର୍ଘ ପାଞ୍ଚ ମାସ ହେଲା ଘରୁ କେଉଁ ଆଡ଼େ ପଳେଇ ଯାଇଛି। ବୟସ ମାତ୍ର ୧୬ ବର୍ଷ ବୟସ ସେ ଧଡର। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ପାଠ ପଢୁଥିଲେ। କିନ୍ତୁ ଖଗ ହଠାତ ପାଞ୍ଚ ମାସ ପୂର୍ବରୁ କେଉଁ ଆଡ଼େ ଚାଲି ଯାଇଛି ଯେ ଆଜି ଯାଏ ଘରକୁ ଫେରି ନାହିଁ। ପୁଅର ଫେରିବା ବାଟକୁ ଚାହିଁ ବସିଛି ବିଧବା ମାଁ । ମାଁ ନିହାତି ଗରିବ ହୋଇଥିବା ବେଳେ ନିଖୋଜ ପିଲାଟିର ବାପା ନାହିଁ ତେଣୁ ନିଜ ସାମର୍ଥ୍ୟ ଅନୁଯାୟୀ ଅନେକ ଖୋଜା ଖୋଜି କରିଲେ ଖବର ନମିଳିବାରୁ ଶେଷକୁ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି। ମାନସିକ ବିକୃତ ଖଗ ଏଥି ପୂର୍ବରୁ ବହୁ ବାର ଘର ରୁ ନିଖୋଜ ହେଇ ଯାଇ ଥିଲା। ଥରେ ଝରିଗାଁ ପୋଲିସ ଆଉ ଥରେ କୋଷଗୁମୁଡ। ପୋଲିସ ଠାବ କରି ଘରେ ଆଣି ପହଞ୍ଚ।ଇଥିଲେ। ଏବେ ମଧ୍ୟ ୧୫ ଦିନ ତଳେ ଖଗ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ଅଧୀନରେ ବୁଲି ବାର କିଛି ପରିଚିତ ବ୍ୟକ୍ତି ଦେଖୁଛନ୍ତି। କିନ୍ତୁ ମାନସିକ ବିକୃତ ବୋଲି ନ ଜାଣି କିଛି ବିସ୍କୁଟ ଦେଇ ବିଦା କରି ଦେଇଥିଲେ। ପରେ ଘର ଲୋକ ଙ୍କ ନିକଟ କୁ ଖବର ପହଞ୍ଚିବ। ପରେ ଖୋଜାଖୋଜି କରିବା ପରେ ସେହି ଅଞ୍ଚଳ ରେ ଆଉ ଠାବ କରା ଯାଇ ପାରୁନାହିଁ। ଖଗ୍ ର ପରିବାର ର ଦୁଃଖ ଏତିକିରେ ବି ସରିନାହିଁ। ଘରେ ମା , ଜଣେ ଭଉଣୀ ଆଉ ୩ ଭାଇ। ବାପା ଦୀର୍ଘ ଦିନ ତଳେ ମୃତ ବରଣ କରି ସାରିଥିବା ବେଳେ, ଭଉଣୀ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମାନସିକ ବିକୃତ। କଟକ ବଡ଼ ଡ଼ାକ୍ତରଖାନା ଠାରୁ ଆରମ୍ଭ କରି ବହୁ ସରକାରୀ ହସ୍ପିଟାଲ ରେ ଚିକିତ୍ସା କରା ଯାଇଥିଲେ ସୁଦ୍ଧା ଭଲ ହେଇ କରିଲେ ଭଉଣୀ କୁ ନିଦ ଔଷଧ ଖୁଆଇକି ଶୁଆଇ କି ରଖ।ଯାଇଛି କାରଣ ସେ କୁଆଡେ ପଳାଇଯିବ। ୨ ବର୍ଷ ତଳେ ଯୁକ୍ତ ୨ ରେ ପାଠ ପଡୁଥିବା ବଡ଼ ଭାଇ ମଧ୍ୟ ମାନସିକ ବିକୃତ ରେ ମୃତ୍ୟୁ ବରଣ କରିଛନ୍ତି। ଆଉ ଜଣେ ଭାଇ ଡାବୁଗାଁ ରେ ରୁହନ୍ତି, ସେ ମଧ୍ୟ ଘରେ ସମସ୍ତେ ମାନସିକ ବିକୃତ ରୋଗ ର ଶିକାର ହେଉ ଛନ୍ତି ବୋଲି ଘର କୁ ଆସିବା ପାଇଁ ଭୟ କରୁଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଖଗ କୁ ଖୋଜି ବାହାର କରିବା ପାଇଁ ମା ଜିଲ୍ଲା ପ୍ରଶାସନ ନିକଟ ରେ ଆକୁଳ ନିବେଦନ କରିଛନ୍ତି।