May 10, 2026

ଉମରକୋଟ ଠାରେ ପନକା ସମାଜ ବୈଠକ ଅନୁଷ୍ଠିତ,…………

IMG-20250217-WA0014
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ତା-୧୬-୦୨-୨୦୨୫ ରିଖ ରବିବାର ଦିନ ପୂର୍ବାହ୍ନ ୨ଘ: ସମୟରେ ସ୍ଥାନ- ଧଡ୍ରା ଗ୍ରାମ (ଭିମାଗୁଡା) ଠାରେ ଶ୍ରୀ ଯୁକ୍ତ ସୁବାସ ପନକାଙ୍କ ସଭାପତିତ୍ବ ରେ ନଵରଙ୍ଗପୁର ଜିଲ୍ଲାର ପନକା ସମାଜର ଗୋଟିଏ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ରକ୍ଷା ଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଜିଲ୍ଲା ଜନଜାତି ବିକାଶ ପରିଷଦର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦଲସାଏ ସମରଥ,କଷାଗୁମୁଡା ଵ୍ଳକର ଶ୍ରୀ ଯୁକ୍ତ ଧନଜିତ୍ ସମରଥ, ଝରିଗାଁ ଵ୍ଳକର ଶ୍ରୀଯୁକ୍ତ ବନସିଂ ଧର ପନକା, ଲକ୍ଷ୍ମୀ ନାରାୟଣ ସୁନା, ଝାରସେମଲାରୁ ଶ୍ରୀଯୁକ୍ତ କମଲ ସାଏ ପନକା,ପତିରାମ ପନକା,ଵେଲଝରିରୁ ଶ୍ରୀଚୈତନ୍ୟ ପନକା, ଝାଡ଼ାଗୁଡାରୁ ଶ୍ରୀଜଗଦିଶ ମାନିକପୁରି, ଅତିଥି ମାନେ ସମାଜର ଶିକ୍ଷା,କୁଶସ୍କାର , ବାଲ୍ୟ ବିବାହ,ମଦ୍ୟ ପାନରୁ ଦୁର, ଅନ୍ଧ ବିଶ୍ବାସର ଦୂରିକରଣ, ପୁଅକୁ ୨୨ବର୍ଷ ଓ ଝିଅଙ୍କୁ ୧୮ବର୍ଷ ହେଲେ ସେମାନଙ୍କୁ ନିଜ ସମାଜରେ ବିଭା କରିବା, ସରକାରଙ୍କର ଯୋଜନା ଗୁଡିକ ଯେପରିକି ନିଜଜାତିରେ ପାଇବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଳକ ମଧ୍ୟରୁ ଉମରକୋଟ ଵ୍ଳକ ଵିରସାଡିରୁ ଶ୍ରୀ ସୁକଚାଦ୍ ପନକା,ଡାବୁଗାଁ ଵ୍ଳକରୁ ହରିନାଥ ଦାସ୍,କଷାଗୁମୁଣ୍ଡା ଵ୍ଳକ ଵାଲେଙ୍ଗାରୁ ଧନପତି ସମରଥ,ଖାଣ୍ଡାପୁରିରୁ ସଭା ସିଂ ମିରିଗାନୀ, ପାପଡାହାଣ୍ଡି ଵ୍ଳକର ଛାଲିପିଟାଡଙ୍ଗରାରୁ ଶ୍ରୀ ଦେଵ ମିରିଗାନି, ଝରିଗାଁ ଵ୍ଳକଏକାମ୍ଭାରୁ ଶ୍ରୀପୂର୍ଣ୍ଣପନକା,କରମରିରୁ ଜଗଦିଶ ପନକା, ଡାବୁଗାଁଵ୍ଳକ ଡଙ୍ଗରିଗୁଡାରୁ ଭରତ କୁମାର ନାୟକ, ଝରିଗାଁ ଵ୍ଳକର କେରେଣ୍ଡିମାଲରୁ ଶ୍ରୀ ଚୈନ ନାୟକ, ନଵରଙ୍ଗପୁର ଵ୍ଳକର ମନ୍ତ୍ରୀଗୁଡାରୁ ଶ୍ରୀରନର ପନକା,ସମେତ ୧୦ ଗୋଟି ଵ୍ଳକର ନାୟକ,ପଇକ,ସମରଥ ଓ ସମାଜର ମୁଖ୍ୟ ମାନେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ ।