February 23, 2025

କୋଣାର୍କ ଯାତ୍ରୀନିବାସ ଠାରେ ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ୫ଦିନିଆ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ l

Share

ବିଶ୍ଵପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୁରୀଜିଲ୍ଲା କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷ ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରାଳୟର ସ୍ୱୟଂ ଚାଳିତ ସଂସ୍ଥା ପୁରୀ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପାଞ୍ଚଦିବସିୟ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ନେହୁରୁ ଯୁବ କେନ୍ଦ୍ର ର ପୁରୀଜିଲ୍ଲା ସଂଯୋଜକ ଅନୁରାଗ କୁମାରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଫୁଲବାଣୀ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ନବନୀତ କୁମାର,ଶିକ୍ଷାବିତ ରବୀନ୍ଦ୍ର ନାଥ ବାହିନୀପତି, ସମାଜସେବୀ ରାମକୃଷ୍ଣ ମହାନ୍ତି, ରେଡ଼ିଓ ନମସ୍କାର ର ଅଧକ୍ଷ ଏନ ଏ ଶାହା ଅନଶରୀ ନେହେରୁ ଯୁବକେନ୍ଦ୍ରର କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ବେହେରା ପ୍ରମୁଖ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ଯୁବସମାଜ ପ୍ରତି ଉପାଦେୟତା ବିଷୟରେ ଆଲୋକପାତ କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ସଫେଇ କାର୍ଯ୍ୟକ୍ରମ, ପରିଭ୍ରମଣ, ଆଲୋଚନାଚକ୍ର,ସଚେତନତା କାର୍ଯ୍ୟକ୍ରମ, ଭାବବିନିମୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ କୁ ସମାଜସେବୀ ନିରଞ୍ଜନ ତ୍ରିପାଠୀ, ରାକେଶ କୁମାର ସେଠୀ, ସାମ୍ବାଦିକ ରମେଶ ସାହୁ ଓ ପଞ୍ଚୁ ପଲେଇ ପ୍ରମୁଖ ପରିଚାଳନା କରିଥିଲେ l

କୋଣାର୍କ ରୁ ରମେଶ ସାହୁଙ୍କ ରିପୋର୍ଟ