February 23, 2025

ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାଦଶାହରେ ଶୋକସଭା 

Share

 

ତା-୧୭/୦୨/୨୫

ଚିକିଟି ରୁ ଶୁଭଶ୍ରୀ ପ୍ରଧାନ

ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ନାଟ୍ୟନିର୍ଦେଶକ , ମଞ୍ଚକଳାକାର ତଥା କ୍ରୀଡ଼ାପ୍ରେମୀ ସ୍ବର୍ଗତ ନିରଂଜନ ପାଣିଗ୍ରାହୀଙ୍କ ଦ୍ଵାଦଶlହ ଅବସରରେ ସୁରଙ୍ଗୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ପ୍ରଧାନଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ ସ୍ବର୍ଗତ ଆତ୍ମlର ସଦଗତି କାମନା କରି ତୈଳଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଦୁଇ ମିନଣ୍ଟ ନୀରବ ପ୍ରାର୍ଥନା କରିଥିଲେ l ଛାତ୍ର ସୁଦୀପ୍ତ କୁମାର ପଟ୍ଟନାୟକ, ସୁଜାତା ନାୟକ ,ଏମ. ଚନ୍ଦ୍ର ଶେଖର, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ସ୍ବର୍ଗତ ପାଣିଗ୍ରାହୀଙ୍କ ସରଳ, ନିରଡ଼lମ୍ବର,କର୍ମଠ ଜୀବନ,ବିରଳ ବ୍ୟକ୍ତିତ୍ୱ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ବି. ଆର. ସି. ସି ଭଗବାନ ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ପ୍ରଭାକର ପାଣିଗ୍ରାହୀ, ସାହେବ ନାୟକ, ରଜନୀ ମଣ୍ଡଳ,ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଚୌଧୁରୀଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ l