February 22, 2025

ଉମରକୋଟ ଠାରେ ରଙ୍ଗବେରଙ୍ଗ ଫୁଲକୋବି ରେ ରହିଛି ଭିଟାମିନ କେ ଏବଂ ସି , ଗର୍ଭବତୀ ମହିଳାଙ୍କ ପାଇଁ ବେଶ ଉପଯୋଗୀ……..

Share

 

ଉମରକୋଟ:-(ଏମ୍.ଦିନା°ଶୂ ଆଚାରୀ) ଉପାନ୍ତରେ ଅଞ୍ଚଳରେ ୟୁଟୁବ ର କମାଲ, ୟୁଟୁବ ଦେଖି ରଙ୍ଗ ବେରଙ୍ଗର ଫୁଲ କୋବି ଚାଷକରି ଚର୍ଚ୍ଚା ରେ କ୍ଷୁଦ୍ର ଚାଷୀ ପଦମନ ମାଳୀ। ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି ରଙ୍ଗ ବେରଙ୍ଗର ଫୁଲକୋବି ଚାଷ ଉପାନ୍ତ ଅଞ୍ଚଳରେ ୟୁଟୁବ ର କମାଲ ଦେଖିବାକୁ ମିଳିଛି। ୟୁଟୁବ ଦେଖି ରଙ୍ଗ ବେରଙ୍ଗର ଫୁଲ କୋବି ଚାଷକରି ଚର୍ଚ୍ଚା ରେ କ୍ଷୁଦ୍ର ଚାଷୀ ପଦମନ ମାଳୀ ଏହି ପରିବା ଚାଷ ପାଇଁ ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ବିଏସପଦର ଗ୍ରାମ ରେ ରଙ୍ଗ ବେରଙ୍ଗ ର ଫୁଲକୋବି ଚାଷ କରିଛନ୍ତି ପଦମନ ମାଳୀ ଚାଷୀ। ବାଇଗଣୀ ଓ ହଳଦିଆ ରଙ୍ଗର କୋବି ରେ ହସୁଛି କ୍ଷେତ । ଏହି କୋବି ଚାଷକୁ ଦେଖିଲେ ଲାଗୁଛି ସତେ ଯେମିତି, ରଙ୍ଗ ବେରଙ୍ଗର ଫୁଲ ଫୁଟିଛି । ପରିବା ଭିତରେ ଫୁଲ କୋବି କହିଲେ ଆମ୍ଭେମାନେ କେବଳ ଧଳା ଫୁଲକୋବି ହିଁ ଜାଣିଥାଉ । କିନ୍ତୁ ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଳକର ବିଏସପଦର ଗ୍ରାମରେ ଗୋଟିଏ ଏକର ରୁ ଦେଢ ଏକର ଜମିରେ ଲାଗିଛି ରଙ୍ଗିନ କୋବି । ଏହି କଲର କୋବିକୁ ଦେଖିବା ପାଇଁ ଚାଷୀଙ୍କ ବାଡି଼ରେ ଲୋକଙ୍କ ଭିଡ଼ ଜମୁଛି । ବଜାରରେ ଧଳା କୋବି ଅପେକ୍ଷା ରଙ୍ଗିନ୍ କୋବିକୁ କିଣିବା ପାଇଁ ଲୋକଙ୍କ ଭିତରେ ଉତ୍ସହ ଦେଖିବାକୁ ମିଳୁଛି । ଲୋକଙ୍କ ଚାହିଦାକୁ ନଜରରେ ରଖି ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି । ବିଏସ ପଦର ଗ୍ରାମର ପଦମନ ମାଳି ୟୁଟୁବ ରୁ ଏହି ଚାଷ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ସ୍ଥାନୀୟ ବ୍ୟବସାୟୀ ଙ୍କୁ କହି ବିହନ ମଞ୍ଜି ଆଣିଥିଲେ ଏବଂ ଚାଷ କରିଥିଲେ ପ୍ରଥମ ଥର ପାଇଁ ଏହି ପରିବା ଚାଷ କରି ବେଶଲାଭ ମଧ୍ୟ ପାଇଛନ୍ତି। ଏହି ରଙ୍ଗବେରଙ୍ଗ ଫୁଲକୋବି ଚାଷରେ ଏକ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରିବାର ଲକ୍ଷ ରଖିଛନ୍ତି ପଦମନ ମାଳୀ ଚାଷୀ ଲୋକେ ଏହିଭଳି ରଙ୍ଗ ବେରଙ୍ଗ ର କୋବି ଦେଖି ଟିକେ ଆଶ୍ଚର୍ଯ୍ୟ ହେଉଛନ୍ତି କିନ୍ତୁ ତଥାପି ଲୋକେ ଏହାର ଉପକାରୀତା କୁ ବୁଝି ରଙ୍ଗ ବେରଙ୍ଗ ର ଫୁଲକୋବି କିଣି ନେଉଛନ୍ତି। ସାଧାରଣ ଧଳା କୋବି ଓଜନ ଅପେକ୍ଷା ଏହି କୋବିର ଓଜନ ଅଧିକା ରହୁଛି। ବଜାର ରେ ଏବେ ଏହି କୋବି ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏହି ଫୁଲକୋବି ଫଳିବାକୁ ପ୍ରାୟ ୭୦ରୁ ୭୫ଦିନରେ ଲାଗୁଛି, ଲୋକେ ପ୍ରଥମ ଥର ପାଇଁ ଦେଖୁଥିବାରୁ ଟିକେ ଆଶ୍ଚର୍ଯ୍ୟ ହେଉଛନ୍ତି, ଆଗାମୀ ଦିନରେ ଭଲ ବ୍ୟବସାୟ ହେବ ବୋଲି ଆଶା କରିଛନ୍ତି ଏହି ଚାଷୀ ଏବଂ ଅନ୍ୟ ଚାଷୀଙ୍କୁ ମଧ୍ୟ ରଙ୍ଗ ବେରଙ୍ଗ ଚାଷ କରିବାକୁ ଉତ୍ସାହିତ କରୁଛନ୍ତି ଏହି କ୍ଷୁଦ୍ର ଚାଷୀ ପଦମନ ମାଳୀ । ସେହିଭଳି ଏହି କୋବିରେ ଭିଟାମିନ ରହିଛି, ଘରକୁ ଅନେକ ଥର ନେଇଛି, ପରିବା ବାଡ଼ ମୋ ଘର ପାଖରେ ରହିଛି ତେଣୁ ମୁଁ ଫ୍ରେସ ପରିବା ପାଇଁ ଏଠାକୁ ଆସି ବାରମ୍ବାର ବାଇଗଣୀ ଓ ହଳଦିଆ ଫୁଲ କୋବି ନେଇଛି ବୋଲି କହିଛନ୍ତି ଜଣେ ଖାଉଟି ବିଜୟ ଭୂୟାଁ ପୂର୍ବରୁ ଏହିଭଳି ଚାଷ ଜିଲ୍ଲାରେ କେହି କରି ନଥିଲେ , ଆଉ ଜଣେ ପରିବା ଚାଷୀ ସପନ ମିସ୍ତ୍ରୀ କହିଛନ୍ତି ବଜାର ରେ ଏହାର ଚାହିଦା ବେଶ ଅଧିକ ରହିଛି ତେଣୁ ମୁଁ ମଧ୍ୟ ଆଗାମୀ ଦିନରେ ଚାଷ କରିବି । ଏହି ଭଳି କୋବି ଜିଲ୍ଲାରେ ପ୍ରଥମ ଥର ପାଇଁ ଚାଷୀ ଚାଷ କରିଛନ୍ତି ଏହି ଫୁଲକୋବି ଦେହ ପାଇଁ ବେଶ ଉପଯୋଗୀ, ଏଥିରେ ଭିଟାମିନ ସି ଓ କେ ରହିଛି, ଏବଂ ଭରପୁର ନିୟୁଟ୍ରିନ ରହିଛି । ଏହି ରଙ୍ଗିନ କୋବି ଗର୍ଭବତୀ ମହିଳା ଙ୍କ ପାଇଁ ବେଶ ଉପଯୋଗୀ ଏବଂ ଏହି ରଙ୍ଗବେରଙ୍ଗ ଫୁଲକୋବି ଚାଷ ଦେଖି ଅନ୍ୟ ଚାଷୀ ମଧ୍ୟ ଚାଷ କରନ୍ତୁ ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ସରୋଜ ସେନାପତି ।