May 11, 2026

ଉମରକୋଟ ଠାରେ ଖାଲି ପଡିରହିଥିବା ପଦବୀ ଗୁଡିକ ଧୀରେ ଧୀରେ ପୂରଣ ହେଉଛି…….

IMG-20250216-WA0054
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ର ଉମରକୋଟ ଦ୍ୱିତୀୟ ବୃହତମ ସହର ଏବଂ ଏହା ବ୍ୟବସାୟ ର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ। ପୁଣି ଏହି ସହର କୁ କିଛି ବର୍ଷ ପୂର୍ବେ ସବଡ଼ିଭିଜନ ର ମାନ୍ୟତା ମିଳିଛି କିନ୍ତୁ କାର୍ଯ୍ୟକାରି ହୋଇପାରିନାହିଁ। ସେପଟେ ଏହି ସହର ରେ ପ୍ରତ୍ୟେକ ବିଭାଗ ର କାର୍ଯ୍ୟାଳୟ ରହିଛି। କିନ୍ତୁ ଗତ ଚାରି ମାସ ହେବ ବ୍ଲକ, ଥାନା, ପୌର ପରିଷଦ ଇତ୍ୟାଦିରେ ଅଧିକାରୀ ପଦବୀ ଖାଲି ପଡିରହିଥିଲା।ବର୍ତମାନ ଧୀରେ ଧୀରେ କିଛି କାର୍ଯ୍ୟାଳୟ ରେ ଖାଲି ପଡିରହିଥବା ପଦବୀ ପୂରଣ ହେବାରେ ଲାଗିଲାଣି। ଚଳିତ ମାସ ଏକ ତାରିଖ ରେ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଆଲୋକ କୁମାର ଅନୁଗୁଳିଆ ଯୋଗ ଦେଇଥିବା ବେଳେ ମନୋଜ କୁମାର ମେହେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଅଳ୍ପ ଦିନ ମଧ୍ୟରେ ଯୋଗ ଦେବେ ବୋଲି ଖବର ସାମ୍ନା କୁ ଆସିଛି। କିନ୍ତୁ ପ୍ରାୟ ପାଞ୍ଚ ମାସ ହେଲାଣି ଉମରକୋଟ ଠାରେ ଏସଡିପିଓ ପଦବୀ ଖାଲି ପଡିଛି ଏବଂ ଦୁଇ ମାସ ହେଲା ଥାନା ଅଧିକାରୀ ପଦବୀ ଖାଲି ପଡ଼ିରହିଛି।ଏହି ଦୁଇଟି ପଦବୀ ପୂରଣ ହେବା ନିହାତି ଆବଶ୍ୟକ ରହିଛି, କାରଣ ଅଞ୍ଚଳ ରେ ଦିନକୁ ଦିନ କ୍ରାଇମ ବଢ଼ିବାରେ ଲାଗିଛି। ସେପଟେ କିଛି ଅଫିସର କୋଳି ଖାଇ ମଞ୍ଜି ପୋତିଲାଭଳି ବର୍ଷ ବର୍ଷ ସଂଖ୍ୟାରେ ଏଠାରେ ରହିଛନ୍ତି, ସେମାନଙ୍କ ର ବଦଳି କାହିଁକି ହେଇପାରୁ ନାହିଁ ତାହା ଏକ ପ୍ରଶ୍ନବାଚି? ଯାହାର ବଦଳି ନିହାତି ଆବଶ୍ୟକ ସେମାନଙ୍କ ବଦଳି ନ ହୋଇ ଯାହାର ଆବଶ୍ୟକ ନାହିଁ ସେମାନଙ୍କ ବଦଳି କରାଯାଉଛି।ଏବିଷୟରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।