February 22, 2025

ମା ରାମଚଣ୍ଡୀ ପୂଜା କମିଟି ତରଫରୁ  ମା’ ରାମଚଣ୍ଡୀ ମହୋତ୍ସବ-୨୦୨୫ ପାଈଁ ପ୍ରସ୍ତୁତି ଜୋରଦାର 

Share

 

 

ଛତ୍ରପୁର ତା.୧୫/୨/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ଶ୍ରୀ ମାଁ ରାମଚଣ୍ଡୀ ପୀଠ ଏହି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଆସନ୍ତା ଫେବୃଆରୀ 16 ରୁ 18 ଯାଏଁ ମାଁ ରାମଚଣ୍ଡୀ ମହୋତ୍ସବ-2025 ଅନୁଷ୍ଠିତ ହବାକୁ ଯାଉଛି l ଏହି ଅବସରରେ ପ୍ରତ୍ୟେକ ଦିନ ଚଣ୍ଡୀପାଠ, ହବନ ଓ ପୂଜାପାଠ ପାରମ୍ପାରିକ ରୀତିନୀତି ଅନୁଯାଇ ଭଵ୍ୟତାର ସହିତ ଅନୁଷ୍ଠିତ ହେବ l ତା ସାଙ୍ଗକୁ ପ୍ରତ୍ୟେକ ଦିନ ସାଂସ୍କୃତିକ, ଲୋକକଳା,ଲୋକନୃତ୍ୟ ସାଙ୍ଗକୁ ଚଳଚିତ୍ର ଜଗତର ପ୍ରକ୍ଷାତ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ l

ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଓ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତି ରେ ସୁମ୍ଭାରମ୍ଭ କରାଯିବ ମନ୍ଦିର ସମ୍ମୁଖରେ ଜିଲ୍ଲା ସ୍ତରୀୟ ବାଦୀପାଲା ସମ୍ମେଳନୀ ସହିତ ପାହାଡ଼ ତଳେ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା ରହିଛି ଏବଂ ମହାକୁମ୍ଭ ରୁ ଫେରିଥିବା ସାଧୁ ଓ ସନ୍ଥ ମାନଙ୍କୁ ନେଇ ବିଶାଳ ସାଧୁ ସମ୍ମେଳନୀ ଅନୁଷ୍ଠିତ ହେବ l ଏଥିରେ 200 ରୁ ଉର୍ଦ୍ଧ ସାଧୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ପ୍ରତ୍ୟେକ ଦିନ ପରି ଶେଷ ଦିନ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ

ମୁଖ୍ୟ ଆକର୍ଷଣ ରାଜ୍ୟ ସ୍ତରିୟ ନେତା ତଥା ଆଗଧାଡିର ଅଭିନେତା ଓ ଅଭିନେତ୍ରୀ ଭୂମିକା ଦାସ, ଶୀତଳ ପାତ୍ର ଙ୍କ ସହିତ ପ୍ରକ୍ଷାତ କଣ୍ଠ ଶିଳ୍ପୀ ବର୍ଣ୍ଣାଳି ହୋତା,ପ୍ରଜ୍ଞା ହୋତା,ସଂଗୀତା ପାଢ଼ୀ,ସ୍ମୃତି ମହାପାତ୍ର,

ସୁଜ୍ଞାନୀ ମହାପାତ୍ର,ଗଣେଶ ପଟ୍ଟନାୟକ, ଡ଼କ୍ଟର ଚନ୍ଦନ ଗନ୍ତାୟତ ଓ ଚଳଚିତ୍ର ଜଗତର ଓ ଅନ୍ତଃ ଜାତୀୟ ଉଦଘୋଷାକ ଜ୍ଞାନାନନ୍ଦ ସାଗର, ନୃତ୍ୟ ନିର୍ଦେଶକ ସୁରୟlନ ରଥ ଯୋଗଦେବେ ବୋଲି ପୂଜା କମିଟି ସଂଯୋଜକ କମଳ କୁମାର ପଣ୍ଡା ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି