ସାମ୍ବାଦିକଙ୍କ ସମସ୍ୟା ନେଇ ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର;ସାମ୍ବାଦିକଙ୍କ ମୌଳିକ ସମସ୍ୟା ପେନସନ,ପ୍ରୋଟେକ୍ସନ ଓ ଆକ୍ରିଡେଶନ ଏହି ତିନୋଟି ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲା ଜଗତସିଂହପୁର ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ । ରାଜ୍ୟର ସର୍ବବୃହତ ସାମ୍ବାଦିକ ସଂଗଠନ ଓଡିଶା ସାମ୍ବାଦିକ ୟୁନିଅନର ଡ଼ାକରାରେ ଓ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ରାଜ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏହି ତିନୋଟି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଉଥିବା ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ସଭାପତି ରମାକାନ୍ତ ଦାସ ,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା ,କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ , ସଂଗଠନ ସମ୍ପାଦକ ସଂଗ୍ରାମ କିଶୋର ପଟ୍ଟନାୟକ ଏସ.କେ ରିୟାଜ଼ ଉଦ୍ଦିନ , ସୌଭାଗ୍ୟ ସ୍ବାଇଁ, ଅମ୍ବିକା ପ୍ରସାଦ ମହାନ୍ତି ,ମନୋଜ ଜେନା ,ନୃସିଂହ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଦାବିପତ୍ରକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେରଣ କରିଥିଲେ । ତେବେ ଯଦି ସରକାର ଏ ଦିଗରେ ଯଥାଶୀଘ୍ର ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି ।