May 10, 2026

ଅସହାୟ ଙ୍କ ଥଇଥାନ ପାଇଁ ସମାଜ ସେବୀଙ୍କ ନୂତନ ପ୍ରୟାସ ..

IMG-20250215-WA0076
Share

    ରାଜ୍ୟର ଏକ ଅଗ୍ରଣି ଆଧ୍ୟାତ୍ମିକ ସାରସ୍ୱତ ଓ ସମାଜସେବୀ ଅନୁଷ୍ଠାନ , ବ୍ୟାସଫାଉଣ୍ଡେସନ ତରଫରୁ ଜଗତସିଂହପୁର ଜିଲ୍ଲାରେ ଏକ ଜରାଶ୍ରମ ପତିଷ୍ଠା କରିବା ନିମନ୍ତେ ଦୀର୍ଘ ଦଶନ୍ଧିଧରି ପରିକଳ୍ପନା କରାଯାଉଥିଲା ବେଳେ, ଗତ ଶୁକ୍ରବାର ଦିନ ସବୁ ପ୍ରତିକ୍ଷା, ଅପେକ୍ଷାର ଅନ୍ତଘଟିଛି। ଫାଉଣ୍ଡେସନ ର ଅଧ୍ୟକ୍ଷl ସେହମୟୀ ଆଚାର୍ଯ୍ୟ ଙ୍କ ଆବେଗପୂର୍ଣ୍ଣ ଆହ୍ଵାନ କୁ ଆଗ୍ରହର ସହିତ ଗ୍ରହଣ କରି, ଗରେଇ ପଞ୍ଚାୟତ ଅନ୍ତର୍ଗତ ନାଳିଆପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ବିଷ୍ଣୁ ଚରଣ ସ୍ୱାଇଁ, ନିଜସ୍ଵ ସମ୍ପତି ରୁ ୪୦ ଡିସିମିଲ ଜମି, ମଣିଜଙ୍ଗା ସବରେଜିଷ୍ଟର ଅଫିସରେ , ଫାଉଣ୍ଡେସନ ନାମରେ କବଲା କରିଦେଇଛନ୍ତି। ଖୁବଶୀଘ୍ର ଶ୍ରୀ ସ୍ଵାଇଁ ଙ୍କ ଦ୍ଵାରା ଦାନ ଜମିରେ, ବ୍ୟାସ ବିଷ୍ଣୁ ସ୍ନେହାଳୟ ଜରାଶ୍ରମ ପ୍ରତିଷ୍ଠା କରାଯିବ ବୋଲି, ଫାଉଣ୍ଡେସନର ସଭାପତି ଡଃ ସିଦ୍ଧେଶ୍ୱର ପଣ୍ଡା ଓ କର୍ମକର୍ତ୍ତା ବିବେକାନନ୍ଦ ହୋତା ଓ ଉପସଭାପତି ରଶ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଭୂମିଦାତା ବିଷ୍ଣୁ ଚରଣ ସ୍ୱାଇଁ ଙ୍କୁ ବିଶେଷ କୃତଜ୍ଞତା ଜଣାଇବା ପାଇଁ ବିଭିନ୍ନ ବଦ୍ୟାନ ବ୍ୟକ୍ତି ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା,। ବିଶେଷ କରି ଏହି ସମସ୍ତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ମଲ୍ଲିକ, ରଞ୍ଜନ କୁମାର ପ୍ରଧାନ , ସୂର୍ଯ୍ୟନାରାୟଣ ବେହେରା, ପଣ୍ଡିତ ଶରତ କୁମାର ଦାଶ , ଆଇନିପରାମର୍ଶ ଦାତା ହୃଷିକେଶ ନନ୍ଦ, ବିପିନ ମାଝି , ଜଣାଶୁଣା ସାମ୍ବାଦିକ ଓ ଲେଖକ ପ୍ରମୋଦ ମଲ୍ଲିକ, ସାମ୍ବାଦିକ ସାରଦା ପ୍ରସନ୍ନ ପରିଜା ପ୍ରମୁଖ ବହୁ କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁ ମାନେ ସକ୍ରିୟ ଅଂଶ ଗ୍ରହଣ କରି, ବ୍ୟାସ ଫାଉଣ୍ଡେସନ ଏହି ଜନମଙ୍ଗଲ କାର୍ଯକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ସମାଜସେବା କ୍ଷେତ୍ରରେ ସ୍ନେହମୟୀ ଙ୍କ ଅବଦାନ କାହାକୁ ଅଛପା ନ ଥିବା ବେଳେ ଅବହେଳିତ ଦୁଖୀରଙ୍କି ଙ୍କ ସାହାରା ପାଲଟିଥିବା ଏହି ଏହି ମହିୟସୀ ମହିଳା ଏବେ ଚର୍ଚ୍ଚାରେ।

(ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ)