May 10, 2026

ହଜାର ହଜାର ଭକ୍ତ ଦର୍ଶନ କରିଲେ ବାବା ଚଉବରଙ୍କ ଆଳତୀ l

IMG-20250213-WA0022
Share

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା କୂଳର ଆଳୁପାଟଣା ନିକଟ ବାବା ଚଉବରଙ୍କ ପୀଠରେ ଏଗାରଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଚାଲିଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ବାବା ଚଉବରଙ୍କ ସନ୍ଧ୍ୟାଆଳତୀ ଦର୍ଶନ କରିବାପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବା ସହିତ ମାଗଣା ପ୍ରସାଦ ସେବନ କରି ଫେରୁଛନ୍ତି l ବାବାଙ୍କ ପୀଠରେ ପାଲା, ଦାସକାଠିଆ, ଧୁଡୁକି ନାଚ ସହିତ ଓଡ଼ିଶାର ବିଭିନ୍ନ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ ପରିବେଷଣ କରାଯିବା ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀର ପସରା ପର୍ଯ୍ୟଟକ ଏବଂ ଭକ୍ତଙ୍କ ମନ ଜିଣିଛି l ଡ଼ଲଫିନ ଦେଖିବାକୁ ଆସୁଥିବା ଶତାଧିକ ପର୍ଯ୍ୟଟକ ବାବା ଚଉବରଙ୍କ ଆଶୀର୍ବାଦ ନେଉଛନ୍ତି ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ରବୀନ୍ଦ୍ର ଜେନା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l