September 28, 2026

ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

IMG-20250211-WA0047
Share

ବୁଗୁଡ଼ା : ତା ୧୧/୦୨/୨୫ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପ୍ରାଙ୍ଗଣରେ ସ୍ବର୍ଗତ ଉମାଚରଣ ଦାଶ ସ୍ମୃତି କମିଟି ପକ୍ଷରୁ ଏକଦିବସୀୟ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପ୍ରାକ୍ତନ କାଉନସିଲର ସତ୍ଯଭାମା ଦାଶ ଉଦଘାଟନ କରିଥିଲା ବେଳେ ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା ଯୋଗ ଦେଇ ଅଂଶ ଗ୍ରହଣକାରୀ ଚାରୋଟି ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଏବଂ ଫାଇନାଲରେ ଗୁମା ଦଳ ୩-୦ ସେଟରେ ଦାରିଙ୍ଗବାଡ଼ି ଦଳକୁ ହରାଇ ବିଜୟୀ ଟ୍ରଫି ହାସଲ କରିଥିଲା। ଅଧିବକ୍ତା ହର ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଶିକ୍ଷାବିତ୍ ବ୍ରଜ କିଶୋର ପାଢ଼ୀ, ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଯୋଗ ଦେଇ ବିଜେତା ଗୁମା ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା ଦାରିଙ୍ଗିବାଡି ଦଳକୁ ରନର୍ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧିବକ୍ତା ମାନସ ରଞ୍ଜନ ଦାଶ ସଂଯୋଜକ ଦାୟିତ୍ବ ନିର୍ବାହ କରିଥିଲା ବେଳେ ଟୁର୍ଣ୍ଣାମେଣ୍ଟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।