February 22, 2025

ଆଜିଠୁ ଆରମ୍ଭ ଯୋରନ୍ଦା ମେଳା । ସନ୍ଧ୍ୟାରେ ବିଶ୍ୱ କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ । ପ୍ରସ୍ତୁତ ରହିଛି ମହଣ ମହଣ ଘିଅ..

Share

 

*ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଭାଗର ଅଧିକାରୀ ଓ ମହିମା ସାଧୁଙ୍କୁ ନେଇ ପୂର୍ବରୁ ଦୁଇ ଥର ବୈଠକ ସରିଥିବା ବେଳେ ଗାଦୀ ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି। ଏହି ବ୍ୟାରିକେଟ ଦେଇ ମହିମା ସାଧୂ ଓ ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଯିବେ।*

 

 

: ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଭାଗର ଅଧିକାରୀ ଓ ମହିମା ସାଧୁଙ୍କୁ ନେଇ ପୂର୍ବରୁ ଦୁଇ ଥର ବୈଠକ ସରିଥିବା ବେଳେ ଗାଦୀ ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି। ଏହି ବ୍ୟାରିକେଟ ଦେଇ ମହିମା ସାଧୂ ଓ ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଯିବେ। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛି । ଆଜି ମହଣ ମହଣ ଘିଅରେ ବିଶ୍ବ କଲ୍ୟାଣ ପାଇଁ ଜଳିବ ଝାଡ ଦୀପ। ଶୂନ୍ୟ ମହାପ୍ରଭୂଙ୍କ ନିକଟରେ ଝାଡ ଦ୍ଵୀପରେ ଘୃତାହୃତୀ ପ୍ରଦାନ କଲେ ମାନସିକ ପୁରଣ ହୁଏ ବୋଲି ବିଶ୍ବାସ ରହିଛି । ସେପଟେ କଉପୁନି ସମାଜ ମହିମା ଧର୍ମୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ୩ ବର୍ଷ ହେବ ଭୂମି ପୂଜନ ସରିଥିବା ବେଳେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇପାରୁ ନଥିବାରୁ ସାଧୁ ଓ ଭକ୍ତଙ୍କ ମନରେ କ୍ଷୋଭ ଦେଖାଦେଇଛି ।