February 23, 2025

ବନ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର  …

Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ଠାରେ ବନ ବିଭାଗ ଓ ଦକ୍ଷିଣ ଫାଉଣ୍ଡେସନ

ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଏସ ସି ଏଫ ଦିବ୍ୟଶଙ୍କର ବେହେରା ଯୋଗଦେଇ

ଉକ୍ତ ଶିବିରର ଶୁଭ ଉଦଘାଟନ କରିଥିଲେ l ରାଷ୍ଟ୍ରୀୟ ବାଲ ବିକାଶ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର ରବିନ୍ଦ୍ର ସେଠି ଓ ଡ.ମନୋଜ କୁମାର

ପ୍ରତ୍ୟକ୍ଷ ତତ୍ଵାବାଧାନରେ ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମର 120 ଜଣ ରୋଗି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଦକ୍ଷିଣ ଫାଉଣ୍ଡେସନ ଅଧିକାରୀ ଡ଼ ଭାବନା, କୋଡିନେଟର ସ୍ୱପ୍ନିଲ ଫୁଲ, ଫରେଷ୍ଟର ତପନ କୁମାର ନନ୍ଦ , ଗ୍ରାମ୍ୟ ସଭାପତି ମାଗତା ବେହେରା ଉପ ସଭାପତି ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଶିବିର ର ସୁପରିଚାଳନା କରିଥିଲେ l ରକ୍ତଚାପ, ମଧୁମେହ ଓ ମେଡ଼ିସିନ ଉପରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା l