February 23, 2025

କପିଳମୁନି ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ର ୧୯୮୮ ବର୍ଷ ର ବନ୍ଧୁ ମିଳନ ..

Share

 

ପାଟକୁରା… ( କେନ୍ଦ୍ରାପଡ଼ା )

 

ବଉଳ ମକର ସଙ୍ଗାତ ମିତ ର ମଧୁର ଓ ଭାବବିହ୍ଵଳିତ ଡାକରେ ଉଛୁଳି ଉଠିଥିଲା କପିଳମୁନି ସରକାରୀ ବିଦ୍ୟାଳୟ ର ପରିବେଶ l ଦୀର୍ଘ ୩୭ ବର୍ଷ ହେବ ବିଦ୍ୟାଳୟ ରୁ ବିଦାୟ ନେଇଥିଲେ ବି ଭୁଲି ପାରିନାହାନ୍ତି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ l ଭୁଲି ପାରିନାହାନ୍ତି ମିଠାଳିଆ ଦୁଷ୍ଟାମୀ କୁ ଆଉ ଆତ୍ମୀୟତା ଭରା ବଉଳ ମକର ମିତ ଡାକକୁ l ୩୭ ବର୍ଷ ତଳର ସ୍ମୃତିକୁ ସାଉଁଟୁ ସାଉଁଟୁ ଭାବବିହ୍ୱଳ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା ୮୮ ବ୍ୟାଚ ର ଶିକ୍ଷାର୍ଥୀଙ୍କ ମଧ୍ୟରେ l ତତ୍କାଳୀନ ଶିକ୍ଷକ ମାନଙ୍କୁ ଡକାଇ ପୁଷ୍ପଗୁଛ,ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାର ଦେଖିବାକୁ ମିଳିଥିଲା l ଶିକ୍ଷାର୍ଥୀ ଙ୍କ ମଧ୍ୟରେ ସୁବାଷ ପଣ୍ଡା, ଅଧିକାରୀ ଫନୀଭୂଷଣ ଦାସ,ସୁନୀଲ ସାମନ୍ତରାୟ,ପ୍ରଦୀପ ପଣ୍ଡା, ରଞ୍ଜନ ଦାସ,ଶ୍ରୀକାନ୍ତ ରାଉତ, ଜଗନ୍ନାଥ ପଣ୍ଡା,ଚାରୁଲତା ବେହେରା, କବିତା ବେହେରା,ଲକ୍ଷ୍ମୀକାନ୍ତି ପରିଜା,ନୀଳିମା ସାମଲ, ପୁଷ୍ପଲତା ଦାସ,ରତ୍ନମଞ୍ଜରୀ ଦାସ,ସୁବ୍ରତ ସାମନ୍ତରାୟ,ସୁରେଶ ସିଂହ,ଅନିରୁଦ୍ଧ ଲେଙ୍କା ପ୍ରମୁଖ ୮୮ ବ୍ୟାଚ ର ସମସ୍ତ ଶିକ୍ଷାର୍ଥୀ ଉପସ୍ଥିତ ରହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ସକ୍ରିୟ ପରିଚାଳନା କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା l

 

ବିୟୁରୋ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।