ଇଟା ବୋଝେଇ ଟ୍ରାକ୍ଟର ଓଲଟି ସ୍ୱାମୀ ସ୍ତ୍ରୀ ମୃତ,୩ ଗୁରୁତର..

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ନିକଟରୁ ଏକ ଟ୍ରାକ୍ଟର ଇଟା ବୋଝେଇ କରି ଗୁଣୁପୁର ଅଭିମୁଖେ ଆସୁଥିବା ବେଳେ ଗୁଲୁମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଫଳରେ ଏଥିରେ ଥିବା ୫ ଜଣ ଶ୍ରମିକ ଙ୍କ ମଧ୍ୟରୁ ମମିତା ଶବର ଓ ଚୈତ ଶବର ସ୍ୱାମୀ ଓ ସ୍ତ୍ରୀ ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।ମୃତ ସ୍ୱାମୀ ସ୍ତ୍ରୀ ଗୁଣୁପୁର ନିକଟସ୍ଥ ଓଁପେରା ଗ୍ରାମର ବୋଲି ଜଣାପଡିଛି।ଗୁରୁତର ୩ ଶ୍ରମିକଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ଜଣକୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ପଠାଯାଇଛି।ମୃତ ଶ୍ରମିକଙ୍କ ମର ଶରୀର ର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ ଗୁଣୁପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଶ୍ରମିକଙ୍କ ଗ୍ରାମ ଓଁପେରା ରେ ଶୋକର ଛାୟା ଖେଳିଯାଇଛି।