May 10, 2026

ଉମରକୋଟ ଠାରେ ବିଜେପି ର ବିଜୟ ଉତ୍ସବ ପାଳନ……..

IMG-20250209-WA0020
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବିଜେପି ର ବିଜୟ ଉତ୍ସବ ପାଳନ ହୋଇଯାଇଛି । ବର୍ଷ 2025 ଦିଲ୍ଲୀ ବିଧାନସଭା ଆସନରେ ବିଜେପି 48 ଟି ସିଟ୍ ହାସଲକରି ଏକ ଐତିହାସିକ ବିଜୟ ପ୍ରାପ୍ତ କରିଛି ।

ଦିଲ୍ଲୀ ବିଜେପି ପାର୍ଟି ମୂଖ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବାସିଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଦିଲ୍ଲୀ ବାସି ତୁଷ୍ଟିକରଣ ନାହିଁ ସନ୍ତୁଷ୍ଟି କରଣ ବାଛିଛନ୍ତି, ଡବଲ୍ ଇଞ୍ଜିନ୍ ର ସରକାର କୁ ବାଛିଛନ୍ତି । ବର୍ତ୍ତମାନ ଦିଲ୍ଲୀ ଆପଦାରୁ ମୁକ୍ତି ପାଇଛି ଏହି ନିର୍ବାଚନ ରେ ଓଡିଶାର ସାଂସଦ ବୈଜୟନ୍ତ ଜୟ ପଣ୍ଡା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ରେ ଥିଲେ ।

ଏହି ପରିପ୍ରେକ୍ଷୀରେ ଉମରକୋଟ ବିଜେପି ର ସମସ୍ତ କାର୍ଯ୍ୟକର୍ତା କାର୍ଯ୍ୟାଳୟ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ରେଲି ମାଧ୍ୟମରେ ବାହାରି ବାଜି, ଫଟକା ଫୁଟେଇ ଦିଲ୍ଲୀ ରେ ବିଜେପି ର ବିଜୟ ନାରା ଦେଇ ଲୋକଙ୍କୁ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଥିଲେ । ଏଥିରେ ଉପସ୍ଥିତ ଥିଲେ ରାଜ୍ୟ ସଂମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ, ନଗର ସଭାପତି ଗୋପୀନାଥ ସାହୁ, ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଯୁବ ନେତା ମିଲୁ ପଣ୍ଡା, ଟିଙ୍କୁ ଭାଇ, ରମେଶ ଦାସ, ସନ୍ତୋଷ ଶର୍ମା, ଦୁକାଲୁ ମେହେର, ପ୍ରଦୀପ ମିଶ୍ର, ନିତୁ ଗଣ୍ଡ, ରାମ ଗଣ୍ଡ, ପ୍ରମୁଖ ବହୁତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।