February 22, 2025

ମୋହନା ଏମ କେ ସି ଜି ଦିବ୍ୟାଙ୍ଗ ବିଦ୍ୟାଳୟ କୁ ଜିଲ୍ଲା ଅଧିକାରୀଙ୍କ ଦ୍ଵାରା ପରିଚାଳନା ସମ୍ବନ୍ଧୀୟ ତଦନ୍ତ ..

Share

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ସହର ମଧ୍ୟରେ ଥିବା ଜିଲ୍ଲା ର ଏକ ମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ କୁ ଜିଲ୍ଲା ସ୍ତରୀୟ ଅଧିକାରୀ ଗସ୍ତ କରି ପରିଚାଳନା ସମ୍ବନ୍ଧୀୟ ତଦନ୍ତ କରି ଫେରିଥିବା ଜଣାପଡିଛି। ଦୀର୍ଘ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳ ବାସୀ ପରିଚାଳନା କମିଟି ଦ୍ଵାରା ତ୍ରୁଟି ହେଉଥିବା ଦର୍ଶାଇ ଜିଲ୍ଲାପାଳ ଙ୍କ ଠାରେ ଅବିଭାବକ ଏବଂ କେତେକ ବ୍ୟକ୍ତି ଅଭିଯୋଗ ବାରମ୍ବାର କରିବାରୁ ଜିଲ୍ଲାପାଳ ଜିଲ୍ଲା ଅଧିକାରୀ ଙ୍କୁ ତଦନ୍ତ ପାଇଁ ପଠାଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଅଧିକାରୀ ମାନେ ବିଦ୍ୟାଳୟ ରେ ପହଞ୍ଚି ଶିକ୍ଷକ, ଛାତ୍ର ଛାତ୍ରୀ, ଅବିଭାବକ ଏବଂ ପରିଚାଳନା କମିଟି ର ସମ୍ପାଦକ ସହ ଆଲୋଚନା କରି ଫେରିଥିବା ଜଣାପଡିଛି। ଆଗାମୀ କିଛି ଦିନ ମଧ୍ୟରେ ପରିଚାଳନା ତ୍ରୁଟି କୁ ସୁଧାରିବା ପାଇଁ ନୂତନ ଭାବେ ଏକ ପରିଚାଳନା କମିଟି ଗଠନ କରିବା ପାଇଁ ସ୍ଥିର ହୋଇଥିବା ପ୍ରକାଶ। ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁ ନିଜ ପ୍ରଚେଷ୍ଟାରେ ବିଦ୍ୟାଳୟ ପରିଚାଳନା କରୁଥିବା ଉପସ୍ଥିତ ଥିବା ତଦନ୍ତ କରି ଅଧିକାରୀ, ଅବିଭାବକ, ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରକାଶ କରିଥିଲେ। ଦୀର୍ଘ ବର୍ଷ ହେଲାଣି କେନ୍ଦ୍ର ସରକାର ଟଙ୍କା ଟିଏ ବି ଅନୁଦାନ ଦେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହା ଫଳରେ ବିଦ୍ୟାଳୟ ପରିଚାଳନାରେ ସାମାନ୍ୟ ତ୍ରୁଟି ରହୁଥିବା ଦେଖିବାକୁ ମିଳୁଛି ବୋଲି ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନର ସାହାଯ୍ୟରେ କେନ୍ଦ୍ର ସରକାରଙ୍କ ଠାରେ ଅନୁଦାନ ମାଗିବା ପାଇଁ ନୀତି ନିର୍ଧାରଣ ହୋଇଥିଲା। ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ନିରୀହ ଗରିବ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଶିକ୍ଷାଦାନ ସହ ପରିଚାଳନା ନିମନ୍ତେ ସାହାଯ୍ୟ ର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା।