September 24, 2026

ଦିଲ୍ଲୀର ଐତିହାସିକ ବିଜୟ କୁ ନେଇ ବିଜେପି କାର୍ଯ୍ୟାଳୟ ରେ ବିଜୟ ଉତ୍ସବ

IMG-20250209-WA0011
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ବହୁ ଚର୍ଚ୍ଚିତ ଓ ବହୁ ଆପେକ୍ଷିତ୍ ଦିଲ୍ଲୀ ବିଧାନସଭା ନିର୍ବାଚନ ର ଫଳାଫଳ ଆଜି ଘୋଷଣା ହୋଇଛି । ୧୯୯୩ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପୁଣି ୨୦୨୫ ରେ ଦିଲ୍ଲୀ ବିଧାନସଭା ରେ ବିଜେପି ଏକାକୀ ସରକାର୍ କରିବାକୁ ଯାଉଛି । ବିଜେପି ର ଆଜିର ବିଜୟ କୁ ନେଇ ସମଗ୍ର ଦେଶରେ ବିଜେପି କର୍ମୀ ଓ ସମର୍ଥକ ଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି । ଦେଶ ର କୋଣ ଅନୁକୋଣରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

ଏହି ମର୍ମ ରେ ଆଜି ସମ୍ବଲପୁର କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ବିଜୟ ଉତ୍ସବ ପାଳନ ହୋଇ ଯାଇଛି । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଙ୍କ ଉପସ୍ଥିତି ରେ ଦଳ ର କର୍ମୀ ପଦାଧିକାରୀ ମାନେ ବାଣ ଫୁଟେଇ, ମିଷ୍ଟାନ୍ନ ବଣ୍ଟନ ନାଚ ଗୀତ କରି ବିଜୟ ଉତ୍ସବ ପାଳନ କରିଥିଲେ ।

କଚେରୀ ରୋଡ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ହୋଇଥିବା ବିଜୟ ଉତ୍ସବ ରେ…

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ର ପୂର୍ବତନ ବିଧାୟକ ନାଉରୀ ନାୟକ, ଗୋବିନ୍ଦ ଅଗ୍ରୱାଲ, ରାମ ଚନ୍ଦ୍ର ମେହେର, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ଆଶିଷ ହୋତା, ସୁଶାନ୍ତ କୁମାର ପୁରୋହିତ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ସରୋଜ ଦଲପତ୍, ଦାମୋଦର କର, ପ୍ରଭୁଦତ୍ତ ପଣ୍ଡା, ଶିବ ଦିୱାନ୍, ଅଜିତ ବେହେରା, ଅଜୟ ବଡଗୟାନ, ଶ୍ୟାମ ଗୁରୁ, ରାମଦାସ ପଣ୍ଡା, ଅର୍ପନ୍ ଦାଶ ନାୟକ, ଚିରନ୍ କୁମାର୍ ସାମଲ, ସନାତନ କଣ୍ଟା, ଶୁଭଶ୍ରୀ ମିଶ୍ର, ରୁନୁ ପ୍ରଧାନ, ସରୋଜିନୀ ବନଛୋର, ସୁଜାତା ଗୁରୁ, ପ୍ରଭାସିନୀ ଦାଶ, ରିଙ୍କି ସାହୁ, ସଞ୍ଜୁ ସାହୁ, ଅଞ୍ଜଳି ଦୀପ , ସୀତା କାନ୍ତି ମେସୂଆ, ହୀରା ପରିଡ଼ା ପ୍ରମୁଖ ସାମିଲ ଥିଲେ ।

 

ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ମିଛୁଆ ସରକାର୍ କୁ ଦିଲ୍ଲୀବାସୀ ଉଚିତ୍ ଜବାବ୍ ଦେଇଛନ୍ତି । ଦିଲ୍ଲୀ ଭଳି ସମଗ୍ର ଦେଶରେ କଂଗ୍ରେସ ଧିରେ ଧିରେ ମୂଲପୋଛ ହୋଇଯିବ ସମ୍ବଲପୁର ବିଧାୟକ ଜୟ ନାରାୟଣମିଶ୍ର କହିଛନ୍ତି। ସେହିପରି

ଦିଲ୍ଲୀ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଆମ୍ ଆଦମୀ ପାର୍ଟି ର ନେତୃବୃନ୍ଦ ଙ୍କ ଗର୍ବ ଅହଙ୍କାର ଯେଭଳି ଚରମସୀମା କୁ ପହଞ୍ଚି ସାରିଥିଲା ତାର ଏଭଳି ପରିଣାମ ହେବ ବୋଲି ଆମେ ଜାଣିଥିଲୁ । ରାବଣ, କଂସ, ଦୁର୍ଯ୍ୟୋଧନ ଭଳି ଅଵସ୍ଥା କେଜ୍ରିୱାଲ୍ ର ହୋଇଛି ।

ବୋଲି ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ କହିଛନ୍ତି।