ବାଲେଶ୍ଵରରେ ପ୍ରଥମ ଥର ପାଇଁ ଖୋଲିଲା ମେଡିକୋ-୫୦ କୋଚିଂ ସେଣ୍ଟର

ବାଲେଶ୍ୱର: ବାଲେଶ୍ଵରରେ ପ୍ରଥମ ଥର ପାଇଁ ଖୋଲିଛି ମେଡିକୋ-୫୦ କୋଚିଂ ସେଣ୍ଟର। ସହରର ପଢ଼ୁଆଁପଦା ଛକ ଠାରେ ଶୁକ୍ରବାର ଏହାର ଉଦଘାଟନ କରାଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଯୋଗ ଦେଇ ଏହି କୋଚିଂ ସେଣ୍ଟର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହାର ଉତ୍ତରୋତ୍ତର କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସଂଗଠକ ଭାଗବତ ସାହୁ ,କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ଡ଼ଃ ସୁଜିତ କୁମାର, ସମାଜସେବୀ ମାନୱାର ହୁସେନ ପ୍ରମୁଖ ଯୋଗ ଦେଇ ଏହି କୋଚିଂ ସେଣ୍ଟର ଆଗାମୀ ଦିନରେ ମଣିଷ ତିଆରି କାରଖାନା ଭାବେ ସାରା ଜିଲ୍ଲାରେ ପ୍ରତିଷ୍ଠା ଲାଭ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ସେଣ୍ଟର ର ପରିଚାଳନା ନିର୍ଦ୍ଦେଶକ ସାହାନାୱାଜ୍ ହୁସେନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନିଟ୍ (ୟୁଜି) ପରୀକ୍ଷା ପ୍ରସ୍ତୁତି, ବି ଫର୍ମା, ନର୍ସିଂ, ସିବିଏସଇ ର ପ୍ରି ଫାଉଣ୍ଡେସନ ନବମ, ଦଶମ କ୍ଲାସ୍ ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଚିଂ ସାଙ୍ଗକୁ ଏକାଦଶ ଏବଂ ଦ୍ୱାଦଶ ପିଲାମାନଙ୍କୁ ବିଜ୍ଞାନରେ କୋଚିଂ ପ୍ରଦାନ କରିବ ମେଡିକୋ-୫୦ କୋଚିଂ ସେଣ୍ଟର। ଏହା ବ୍ୟତୀତ ସମସ୍ତ ପ୍ରକାର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରାଯାଇଥାଏ ବୋଲି ଫାଉଣ୍ଡର ଡ଼ଃ ସୁଜିତ କୁମାର ପ୍ରକାଶ କରିଛନ୍ତି। ଏହି କୋଚିଂ ସେଣ୍ଟରରେ ୫୦ ଜଣ ଛାତ୍ରଛାତ୍ରୀ ହିଁ ଭର୍ତ୍ତି ନେଇପାରିବେ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।