May 10, 2026

ଗଜପତି ଆର.କେ.ଏସ.ଏସ. ସ୍ୱେଚ୍ଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ପ୍ରଦାନ —-

IMG-20250207-WA0027
Share

 

ଗଜପତି(ଗଣେଶ କୁମାର ରାଜୁ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରୁମୁଣ୍ଡା ଗ୍ରାମ କୋଠ ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କୁ ତଥା ଚାଷୀ ମାନଙ୍କୁ ଖଜୁରୀଗୁଡ ପ୍ରକ୍ରିୟାକରଣ ସମେତ ନେତୃତ୍ଵର ବିକାଶ,ଆର୍ଥିକ ସ୍ଥାୟୀର ପରିବର୍ତ୍ତନ,ଆର୍ଥିକ ସାକ୍ଷରତା ଓ ବଜାରୀକରଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।ଏହି ତାଲିମ ଶିବିର ଉଦଘାଟନ କାର୍ଯ୍ୟକ୍ରମରେ ଆର.କେ.ଏସ.ଏସ. ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା ଗଜପତି ସହାୟତାରେ ୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୬ ଜଣ ମହିଳା ଚାଷୀଙ୍କୁ ଏକ ଦିନିକିଆ ହୋଇଥିବା ତାଲିମ ଶିବିର ରେ ସଭ୍ୟା ଓ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ଏହି ତାଲିମ ଶିବିରରେ ଦ୍ଵିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି.ଡ଼ି.ଏମ.ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡା,ଶ୍ରୀ ମନୋଜ କୁମାର ସାବତ ଡ଼ି.ଏଲ.ଟି,ତାଲିମ ଦାତା ସି.ଆର.ପି.ପ୍ରେମଲତା ମଣ୍ଡଳ ଏବଂ ଖଜୁରୀଗୁଡ ସୋସାଇଟି ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ରଇତ ପ୍ରମୁଖ ଉପସ୍ଥିତ ଥିଲେ।

ଆର.କେ.ଏସ.ଏସ. ଅନୁଷ୍ଠାନର ସଂଯୋଜକ ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

ବୁଝାଇଥିଲେ।ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ,ଦଳ ପରିଚାଳନା,ଦଳର ଦଶାସୃତି କାର୍ଯ୍ୟକ୍ରମ,ଖାତାପତ୍ର ଲେଖିବା , ଋଣ ଆଦାନ ପ୍ରଦାନ,ସୁଧର ହିସାବ ଓ ସରକାର ଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା କୃଷି ଓ ଉଦ୍ୟାନ ଭିତ୍ତିକ ସମେତ ନାବାର୍ଡ ଏବଂ କେ.ସି.ସି. ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ଧୂପକାଠି ତିଆରି ଓ ସିଲାଇ ପ୍ରଭୁତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ,ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା,  ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ,ଫସଲ ବୀମା, ନିର୍ମାଣ ଶ୍ରମିକ ପଞ୍ଜୀକରଣ,ଫ୍ରେଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇ ଦେବା,ଏଟିଏମ କାର୍ଡ ବ୍ୟବହାର,ସୁଭଦ୍ରା ଯୋଜନା ପଞ୍ଜୀକରଣ ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସମ୍ପର୍କରେ ବୁଝାଯାଇଥିଲା।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ତାଲିମ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ, ସି.ଆର.ପି.ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ

ପରିଚାଳନା ରେ ସହଯୋଗ କରିଥିଲେ

———————————————