May 10, 2026

ଉମରକୋଟ ଅନ୍ତର୍ଗତ କେଶରୀ ବେଢ଼ା ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ନିପୁଣ ଭାରତ ମେଳା

IMG-20250207-WA0004
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ନିପୁଣ ଭାରତ କାର୍ଯ୍ୟକ୍ରମ ସ୍ଥାନୀୟ ଲେଂଗଡାଗୁଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୋତିରାମ ଗଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବକୁ ବି ଆର ସି ସି ସୁଶୀଳା ଜୋରଦାର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଧାନ ଶିକ୍ଷକ ଅରୁଣ ବେହେରା , ଏସ ଆର ଜି ଧନେଶ୍ଵର ପୁହାଣ ,କୋପେନା ସରପଞ୍ଚ କିଆବତୀ ଗଣ୍ଡ ,ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସରକାର, ସନୋଜ ମଣ୍ଡଳ ଓ ପରିଚାଳନା କମିଟି ସଭାପତି ପ୍ରମୁଖ ଯୋଗଦେଇ ଥିଲେ।ମୁଖ୍ୟ ବକ୍ତା ଭାବେ ବୁର୍ଜା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆର ଧନୁର୍ଜୟ ରାଓ ଯୋଗ ଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ନିମନ୍ତେ ସରଳ ,ସହଜ ଓ ବୋଧଗମ୍ୟ ପାଠ୍ୟ ପୁସ୍ତକର ଆବଶ୍ୟକ ଯେପରି ଗୁରୁତ୍ଵପୂର୍ଣ୍ଣ ସେଇଭଳି ଭାବେ ରଙ୍ଗୀନ, ସୁନ୍ଦର ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ୧୫ ଟି ବିଦ୍ୟାଳୟ ପକ୍ଷରୁ ମୌଳିକ ଭାଷା ସାକ୍ଷରତା ସମ୍ପର୍କିତ ୧୧୦ ଟି, ମୌଳିକ ସଂକ୍ଷ୍ୟାଜ୍ଞାନ ସମ୍ପର୍କିତ ୯୦ ଟି ଓ ସୃଜନଶୀଳ କାର୍ଯ୍ୟାତ୍ମକ ୫୦ ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଏଥି ସହିତ ଏକ ଅଭିନବ ପ୍ରୟାସ ସ୍ୱରୂପ ଆସିଥିବା ଅଭିଭାବକ ଓ ନିମନ୍ତ୍ରିତ ଅତିଥିଙ୍କ ନିମନ୍ତେ ଏକ ମତାମତ କେନ୍ଦ୍ର ଖୋଲା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନଡ୍ରୀ ଓ ଶ୍ରେଷ୍ଠ ଭାଷା ସାକ୍ଷରତା ଶିକ୍ଷଣ ସାମଗ୍ରୀ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାମପାରା କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା ।କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ସନ୍ତୋଷ ବାରିକ ,ବିଶାରଦ ବିଶ୍ଵାଳ , ଚତୁର ଭାତ୍ରା,ପଞ୍ଚୁରାମ ଗଣ୍ଡ,ଗୋବର୍ଦ୍ଧନ ଭତ୍ରା ,ସନ୍ତୋଷ କୁମାର ପ୍ରଧାନ ,ରଶ୍ମିତା ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।ସହକାରୀ ଶିକ୍ଷକ ବିରସିଂ ପରଜା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ୨୦୦ ଛାତ୍ର ଛାତ୍ରୀ ଓ ୧୫୦ ରୁ ଉର୍ଦ୍ଧ ଅଭିଭାବକ ଯୋଗଦେଇଥିଲେ ।