ଶୁଦ୍ରମୁନି ଶାରଳା ଦାସଙ୍କୁ ଅପମାନ….

ଶୁଦ୍ରମୁନି ଶାରଳା ଦାସଙ୍କୁ ଅପମାନ…
କଲେଜ ରେ ପାଳନ ହୋଇ ପାରିଲାନାହିଁ ଆଦିକବିଙ୍କର ଶ୍ରାଦ୍ଧତ୍ସୋବ ।
ତିର୍ତ୍ତୋଲ
ତିର୍ତ୍ତୋଲ ମାଟିରେ ମାଘ ସପ୍ତମୀର ସ୍ପର୍ଶ ସଭିଙ୍କ ମନରେ ଭରିଦିଏ ଆନନ୍ଦ ଉଲ୍ଲାସ l ବାଣୀକ୍ଷେତ୍ର ନାମେ ପରିଚିତ ଝଙ୍କଡର ପ୍ରଗଣା, ଆଦିକବି ଶାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ ସ୍ମରଣେ ଚଳଚଞ୍ଚଳ ହୋଇଉଠେ l ସାରଳାଦାସ ଙ୍କ ନାମରେ ନାମିତ ତିର୍ତ୍ତୋଲ ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୁଏ ସାଂସ୍କୃତିକ ଆସର l ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଅନ୍ତି ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ l ଆତିଥ୍ୟ ଗ୍ରହଣ କରନ୍ତି ସାହିତ୍ୟାନୁରାଗୀ ଜ୍ଞାନୀଗୁଣି ବିଦ୍ୱାନ ପଣ୍ଡିତ ଏବଂ ଖ୍ୟାତିସମ୍ପନ୍ନ ସାହିତ୍ୟ ଗବେଷକ !କିନ୍ତୁ ଚଳିତବର୍ଷ ଏକି ବିଡମ୍ବନା ? କଲେଜ ଗେଟରେ ତାଲା ପକେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷାର୍ଥୀ ବିଭିନ୍ନ ପ୍ରତିବାଦ ର ସ୍ଲୋଗାନ ଦେଇ ଚାଲିଛି ଝାମେଲା l ଏହି କଣ ତାହାହେଲେ ସାରଳାଦାସଙ୍କ ଅମର ଆତ୍ମା ପ୍ରତି ଶ୍ରାଦ୍ଧ ଉତ୍ସବର ଶ୍ରଦ୍ଧାଞ୍ଜଳି ?? ଖବର ଅନୁସାରେ ମାଘ ସପ୍ତମୀ ତିଥି, ପ୍ରଥମ ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବର ତିଥି l ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା ଆଦିକବି ସାରଳା ଦାସ ମହାବିଦ୍ୟାଳୟ | ପ୍ରତିବର୍ଷ କଲେଜ ପକ୍ଷରୁ ଆଦିକବି ସାରଳା ଦାସ ଙ୍କର ଶାର୍ଦ୍ଧୋତ୍ସବ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣ ରୁ ପାଳନ କରିବା ସହିତ ସାରଳା ଦାସଙ୍କ ବିରଚିତ ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥାଏ ।କିନ୍ତୁ ପରିତାପର ବିଷୟ ଏହିଁଯେ ଗତ ୨୩ ଜାନୁଆରିରେ କଲେଜର ପରିଚାଳନା କମିଟି କୁ ଭାଙ୍ଗି ଦିଆଯାଇ ଥିବାରୁ,ଚଳିତ ବର୍ଷ ତିର୍ତ୍ତୋଲ କଲେଜରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶୁଦ୍ରମୁନି ଙ୍କର ଶ୍ରାଦ୍ଧ ଉତ୍ସବ ଏବଂ ସାହିତ୍ୟ ଆସର କରାଯିବା ପାଇଁ ଆୟୋଜନ କରାଯାଇ ଥିଲା । କିନ୍ତୁ ଅତିଥି ଭାବେ ତିର୍ତ୍ତୋଲର ବିଧାୟକଙ୍କୁ ଡକାଯାଇ ନଥିବାରୁ ବିଧାୟକ ରମାକାନ୍ତ ଭୋଇ ଓ କଲେଜ ର ବିଦାୟୀ ସଭାପତି ବିମଳ ମହାପାତ୍ରଙ୍କ ସମେତ ଛାମୁଁଆକର୍ମୀ ମାନେ ଆକ୍ରୋଶ ମୂଳକ ଭାବେ କଲେଜ ର ଅଧ୍ୟକ୍ଷା ମହୋଦୟାଙ୍କୁ ଉତ୍ସବ ବନ୍ଦ ପାଇଁ ତାଗିଦ କରିଥିଲେ । ଅଧ୍ୟକ୍ଷା ଉତ୍ସବ ପାଳନ ପାଇଁ ବିଧାୟକଙ୍କ ଦ୍ଵାରସ୍ତ ହୋଇଥିଲେ ମଧ୍ୟ ବିଧାୟକ ମହାଶୟ ରୋକଠୋକ ଭାବେ ନିଜର ଅନୁପସ୍ଥିତ ଜାହିର କରିଥିଲେ ଏବଂ ପୂର୍ବପ୍ରସ୍ତୁତି ଅନୁସାରେ ଉତ୍ସବ କୁ ବାତିଲ କରିବାରେ ସଫଳ ହୋଇଥିଲେ । ଯାହାଫଳରେ କଲେଜ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆନ୍ଦୋଳନ ର ସୂତ୍ରପାତ ହୋଇଥିବାର ଦେଖିବାକୁ ମିଳିଥିଲା !ଅଶି ଦଶକରୁ ପ୍ରଚଳିତ ପ୍ରଥା ଓ ପରମ୍ପରା କୁ ଅସମ୍ମାନିତ କରାଯାଇ ଓଡ଼ିଆ ର ମହାମନୀଷୀ ସାରଳାଦାସ ଙ୍କ ପ୍ରତି ତଥା ଓଡ଼ିଆ ଅସ୍ମିତା ପ୍ରତି ଅବମାନନା କରାଯାଇ ତିର୍ତ୍ତୋଲ ପାଇଁ ଭିନ୍ନ ଏକ ଇତିହାସ ଲେଖାଯାଇଛି l ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି l ଅପରପକ୍ଷେ ଏପରି ହୀନ ଷଢଯନ୍ତ୍ର ପାଇଁ କଲେଜ ର ଶିକ୍ଷାର୍ଥୀ ମାନେ ତିର୍ତ୍ତୋଲ ବିଧାୟକ ଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହିତ କଲେଜର ଅଧ୍ୟକ୍ଷା ଙ୍କ ନିକଟରେ ଭୁଲ ମାଗିବାକୁ ଦାବୀ କରିଛନ୍ତି l ଶୁଣାଯାଉଛି ସଭାପତି ପଦରେ ଶ୍ରୀଯୁକ୍ତ ମହାପାତ୍ର ଥିବା ସମୟରେ କଲେଜ ରେ ବେଆଇନ ଭାବେ ବିନା ନୋଟିସରେ ନିଜ ଆତ୍ମୀୟ ମାନଙ୍କୁ ନିଯୁକ୍ତି ଦେଇ ଥିଲେ ଯାହା ଏବେ ବିବାଦୀୟ ପରିସ୍ଥିତି ମଧ୍ୟରେ ରହିଛି l ତେବେ କଲେଜ କୁ ନେଇ ଚାଲିଥିବା ହୀନ ରାଜନୀତିରେ ସାରଳା ଦାସ ଙ୍କୁ ବି ବଳି ପକେଇ ଥିବାରୁ ତିର୍ତ୍ତୋଲ ବାଣିକ୍ଷେତ୍ର ବିଧାୟକ ଙ୍କୁ ଛି ଛି ଛି କହିବାକୁ ପଛେଇ ନାହାନ୍ତି l ଦେଖିବାକୁ ରହିଲା ସାରଳା ଦାସଙ୍କ ସମ୍ମାନ ଫେରେଇବାକୁ ବିଧାୟକ କରୁଛନ୍ତି କଣ ???
ପଞ୍ଚଦଶ ଶତାବ୍ଦିରେ ଜନ୍ମିତ କବି ଜଣେ ସାଧାରଣ ପରିବାର ଜନ୍ମିତ ହୋଇଥିଲେ ମଧ୍ୟ ଓଡିଆ ଅସ୍ମିତାକୁ ଗଜପତି ମହାରାଜା ସିକୃତି ଦେଇ ଥିଲେ ।ପ୍ରଥମେ ଓଡିଆ ଲିପିରେ ତାଳପତ୍ରରେ ଲେଖନୀ ଦ୍ୱାରା ମୁଳ ସଂସ୍କୃତ ମହାଭାରତ କାହାଣୀଙ୍କୁ ରଚନା କରିଥିଲେ ।
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।