କୁଆଁପଡା ସ୍କୁଲରେ ୮୮ତମ ଉତ୍କଳ ଦିବସ ପାଳନ କଲେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ

IMG-20230401-WA0064
Share

(ଦିପକ ପ୍ରଧାନ)———–ଆଜି ଗଜପତି ଜିଲ୍ଲା ଶିଆଳିଲଟି ଗ୍ରାମ ପଞ୍ଚାୟତ ସ୍ଥିତ କୁଆଁପଡା ସ୍କୁଲରେ ୮୮ତମ ଉତ୍କଳ ଦିବସ ଵହୁ ଆଡ଼ମ୍ବରରେ ପାଳିତ ହୋଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅଥିତି ଭାବେ ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଏସ୍,ଡି,ସି,ମେମ୍ବର ତଥା ଲୁହାଗୁଡି ଗ୍ରାମ ପଞ୍ଚାୟତର ଯୁବ ନେତା ଅନିଲ ପ୍ରଧାନ ତଥା ଗ୍ରାମର ସ୍କୁଲ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ସ୍କୁଲର ପ୍ରଧାନ ଶିକ୍ଷକ ପୁଣ୍ଣଚନ୍ଦ୍ର କାର୍ଯୀ ପରିଚାଳନା କରିଥିବା ବେଳେ ଅଶ୍ୱିନୀ କୁମାର ନାୟକ, ଦିବାକର ନାୟକ, ଲଖ୍ମୀ କାର୍ଯୀ ସମ୍ପାଦନା କରିଛନ୍ତି ।ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟ ଉଜ୍ୱଳ କରିବାର ପ୍ରମୁଖ ଭୂମିକା ରହିଛି ଏଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କିନ୍ତୁ ଆମେ ସେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ନାନ ଦେଉନୁ ତେଣୁ ଏହା ଉପରେ ସମସ୍ତ ଜନସାଧାରଣ ଧ୍ୟାନ ଦେବା ଦରକାର ବୋଲି ସଚେତନ କରିଛନ୍ତି । ଶେଷରେ ଏଇ ପିଲା ମାନଙ୍କ ଭବିଷ୍ୟ କିପର ଉଜ୍ୱଳ ମୟ ହେବ ପିଲାମାନେ କିପରି ଭଲ ପାଠ ପଢ଼ି ପାରିବେ ସେହି ସ୍କୁଲ କମିଟି ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।ସ୍କୁଲ କମିଟି ତରଫରୁ ଜିଲ୍ଲା ସଭାପତି ଙ୍କୁ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଛନ୍ତି।ଜିଲ୍ଲା ପ୍ରଶାସନ ତଥା ମାନ୍ୟବର ଖାଉଟି କଲ୍ୟାଣ ମନ୍ତ୍ରୀଓ ଗଜପତି ଜିଲ୍ଲା ପର୍ଯ୍ୟବେଖକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଦ୍ରୃଷ୍ଟି ଗୋଚର କୁ ନେଇ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରିବେ ବୋଲି କହିଛନ୍ତି।

You may have missed