February 4, 2025

ବାସ୍ତବରେ ଏହା କଣ କୁହୁଡି ନା କୁହୁଡି ର ମରୀଚିକା …..? ପ୍ରକୃତ ସତ୍ୟ ଟା ଏବେ ଜାଣନ୍ତୁ……. l

Share

 

ତିର୍ତ୍ତୋଲ

 

ବର୍ତ୍ତମାନ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ଥଣ୍ଡା ପଡିବା ଏବଂ ଘନ କୁହୁଡି ହେବା ନିଶ୍ଚିତ ଦେଖାଯାଉଛି l କିନ୍ତୁ ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଯୋଉ ଦୃଶ୍ୟ ଦେଖାଉଛୁ ଏହା କୌଣସି ଘନ କୁହୁଡି ନୁହେଁ, ବରଂ କୁହୁଡିର ଭ୍ରମ ସୃଷ୍ଟି କରୁଥିବା ନବନିର୍ମିତ ରାସ୍ତାର ଡଷ୍ଟ l ଯୋଉ ରାସ୍ତାରେ ଦୈନିକ ଶହସ୍ରାଧିକ ଜନସାଧାରଣ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ଆଦି ନିଜ ନିଜର ପେଟପାଟଣା ଏବଂ ପରିବାର ପ୍ରତିପୋଷଣ ପାଇଁ ଯାତାୟାତ କରିଥାନ୍ତି l

କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହିଯେ ଯେତେବେଳେ ଏହି ରାସ୍ତାରେ ଚାରିଚକିଆ ଯାନଟିଏ ଗତିକରିଥାଏ, ରାସ୍ତା ଉପରେ ପଡ଼ିଥିବା ଡଷ୍ଟ ଏତେ ଭୟଙ୍କର ଭାବେ ଉଡିଥାଏ ଯେ ଜଣେ ମୋଟର ସାଇକେଲ ଚାଳକ ହେଉ ଅବା ସାଇକେଲ ଚାଳକ ସେଇ ଡଷ୍ଟ ରୂପକ ଘନ କୁହୁଡିରେ ଫସିଯାଇ ନିଜକୁ ଅସୁରକ୍ଷିତ ମନେକରେ l ଏପରିକି ଅନେକ ଛୋଟବଡ ଦୁର୍ଘଟଣା କୁ ଏଡେଇଦେଇ ହେବନି l ବ୍ୟବସାୟୀ ମାନଙ୍କର ଖାଦ୍ୟ ପଦାର୍ଥ ରେ ଧୂଳି ମିଶି ଯିବାରୁ ବେପାର ଭଲରେ ହୋଇପାରେନା l ରାସ୍ତା ପାର୍ଶ୍ୱ ଜଳଖିଆ ଦୋକାନରେ ଭୋକିଲା ଗ୍ରାହକ ଟିଏ ଅଟକି ଖାଇବାକୁ ଇଛା ପ୍ରକାଶ କରେନି l ଏପରି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅଧିନସ୍ତ ମା’ଶାରଳାଙ୍କ ପୀଠକୁ ଯିବା ରାସ୍ତାରେ l ରେଲୱେ କ୍ରସିଂଙ୍ଗ ଠାରୁ କନକପୁର ପଞ୍ଚାୟତ ନିକଟସ୍ଥ ପଟ୍ଟନାୟକିଆ ପୁଷ୍କରିଣୀ ଯାଏ ରାସ୍ତା ର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ, ଠିକାଦାର ର ମନମୁଖୀ ଓ ଦାୟିତ୍ୱହୀନତା ପାଇଁ ଡଷ୍ଟ ବିଛା ଯାଇଥିବା ରାସ୍ତାରେ ଜଳ ସିଞ୍ଚନ କରାଯାଇ ପାରୁନି l ପ୍ରକାଶ ଥାଉକି ଏହି ରାସ୍ତା ପାର୍ଶ୍ୱରେ ଶନିଦେବ ଙ୍କ ମନ୍ଦିର, ହନୁମାନଜୀ ଙ୍କ ମନ୍ଦିର, ପୋଲିସ ଫାଣ୍ଡି, ସ୍ୱାସ୍ଥ୍ୟକେନ୍ଦ୍ର ଆଦି ଅବସ୍ଥିତ ଥିବା ବେଳେ, ହୋଟେଲ, ଜଳଖିଆ ଦୋକାନ, ଟି ଷ୍ଟଲ ଆଦି ଶତାଧିକ ବ୍ୟବସାୟ ପ୍ରତିଷ୍ଠାନ ରହି ଅଛି l ଏସବୁ ସତ୍ୱେ ଦୈନିକ ମା’ ସାରଳା ଦେବୀଙ୍କୁ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ମାନେ ଆସିଥାନ୍ତି l ବିଭାଗୀୟ ଠିକାଦାର ଙ୍କୁ ସଚେତନ କରାଇବାକୁ ପ୍ରଶାସନିକ କ୍ଷେତ୍ରରେ ଅବଗତ କରାଇ l

ଜଗତସିଂହପୁର ଜିଲ୍ଲାପାଳ ମହୋଦୟ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି l

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।

You may have missed