February 4, 2025

ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି…

Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଆଜି ସନ୍ଧ୍ୟା ରେ ସ୍ୱର୍ଗ ରଥ ଓ ଡେଡ ବୋଡି ଫ୍ରିଜେର ର ଶୁଭାରମ୍ଭ ହୋଇଯାଇଛି I ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଥିବାର ବେଳେ ମୁଖ୍ୟ ବକ୍ତା ଭାବରେ କୋରାପୁଟ ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ ଯୋଗ ଦେଇଥିଲେ I ସମ୍ମା ନୀୟ ଅତିଥି ଭାବରେ ଜ଼ିଲ୍ଲା ବ୍ୟବ ସାୟ ସଂଘ ର ସଭାପତି ଭି ପ୍ରଭାକର ଯୋଗ ଦେଇ ଥିଲେ I କୋଟପାଡ଼ ବ୍ୟବସାୟ ସଙ୍ଘ କୁ ପଞ୍ଜିକୃତ କଲେ ବ୍ୟବ ସାୟୀ ଙ୍କ ବହୁତ ଉନ୍ନତି ହେବ ଏବଂ କାର୍ଯା ଳୟ କରିବା ପାଇଁ ସୁବିଧା ହେବା ସଙ୍ଗେ ସଙ୍ଗେ ସରକାରୀ ପାଣ୍ଠି ସୁବିଧାରେ ଆସି ପାରିବ ବୋଲି ଶ୍ରୀ ପ୍ରଭାକର ବ୍ୟକ୍ତବ୍ୟ ରଖି ଥିବା ଜଣା ଯାଇଛି. ଜ଼ିଲ୍ଲା ରେ ହେଉଥିବା ବିକାଶ କୁ ନେଇ ଅତିଥି ବ୍ୟକ୍ତବ୍ୟ ପ୍ରଦାନ କରି ଥିଲେ. କୋଟପାଡ଼ ରେ ନ ଥିବା ଏହି ସ୍ଵର୍ଗ ରଥ ଓ ଡେଡ ବୋଡି ଫ୍ରିଜେର ଦାନ କରିଥିବା ବି ସଙ୍କର ରାଓ ଙ୍କୁ ସମସ୍ତେ ଭୁରି ଭୁରି ପ୍ରଂଶସା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟ ରେ ଡ଼ା ରଞ୍ଜିତ. ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ. ବିଡ଼ିଓ ଶକ୍ତି ମହା ପାତ୍ର. ସମାଜ ସେବି ଗଣେଶ ପଣ୍ଡା. ସୁକାନ୍ତ ମିଶ୍ର. ବାଲ୍ୟ ନାୟକ. ଅଜିତ ପାତ୍ର. ସୁଧୀର ଚନ୍ଦ୍ର ମହାନ୍ତି.ବାପୁନ ତ୍ରିପାଠୀ. କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ ସଭା ପତି ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ.ସତ୍ୟ ସାଇ ସମିତି କର୍ମ କର୍ତ୍ତା ଙ୍କ ସମେତ ସହର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାର ଜଣା ଯାଇଛି I କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପାର୍ଟ ଉପାନ୍ତ ଖବର ଓଡିଶା