May 11, 2026

ଗଙ୍ଗାନାରାୟଣପୁର ପଞ୍ଚାୟତ ବାସୀଙ୍କୁ ମିଳିଲାନି ଉଚ୍ଚିତ ନ୍ୟାୟ l

IMG-20250203-WA0042
Share

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ପୁରୀସଦର ନିର୍ବାଚନ ମଣ୍ଡଳୀ ର ଗଙ୍ଗାନାରାୟଣପୁର ଗ୍ରାମ ପଞ୍ଚାୟତର କଥା l ଗଙ୍ଗାନାରାୟଣ ପୁର ଗ୍ରାମପଞ୍ଚାୟତ ର ସରପଞ୍ଚଙ୍କୁ ଜିଲ୍ଲାପାଳ ଅସିଦ୍ଧ ଘୋଷଣା କରି ସଦରବ୍ଲକ ବିଡ଼ିଓ ଙ୍କୁ ନାୟବ ସରପଞ୍ଚ ନିରୁପମା ଜେନାଙ୍କୁ ଦାୟିତ୍ୱ ଦେବାପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ଏହାକୁ ବ୍ଲକ ବିଡ଼ିଓ କାର୍ଯ୍ୟକାରୀ ନକରିବାରୁ ଗତ ଶନିବାର ଦିନ ଗଙ୍ଗାନାରାୟଣ ପୁର ବାସୀ ପୁରୀ ସଦରବ୍ଲକ ଘେରାଉ କରିଥିଲେ l ଆନ୍ଦୋଳନକାରୀ ବ୍ଲକ ସମ୍ମୁଖରୁ ଧାରଣରୁ ଉଠି ନଥିବାବେଳେ ସେଠାରେ ବ୍ଲକ ଅଧକ୍ଷ ଦିବାକର ପାତ୍ର ପହଞ୍ଚି ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରି ଆଜି ଦିନ ଏଗାରଟା ବେଳେ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାପାଇଁ ନିର୍ଭର ପ୍ରତିଶୃତି ଦେବାପରେ ଧାରଣାରୁ ଉଠିଥିଲେ ପଞ୍ଚାୟତବାସୀ l ଦୁଃଖର ବିଷୟ ଆଜି ଗଙ୍ଗାନାରାୟଣପୁର ପଞ୍ଚାୟତବାସୀ ଦିନ ଦଶଟାରୁ ୧୨ଟା ୩୦ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ କୌଣସି ସରକାରୀ କର୍ମଚାରୀ ପହଞ୍ଚିନଥିଲେ l ଏହାପରେ ପଞ୍ଚାୟତବାସୀ ଉତ୍ତକ୍ଷିପ୍ତ ହୋଇ ପୁରୀ ସଦରବ୍ଲକ ଘେରାଉ କରିଥିଲେ l ଦିନ ଗୋଟାଏ ରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ପଞ୍ଚାୟତ ବାସୀଙ୍କ ସହିତ ସାକ୍ଷାତ କରିନଥିଲେ l ଫଳରେ ପଞ୍ଚାୟତ ବାସୀ ରାଗିକରି ବ୍ଲକ କାର୍ଯ୍ୟାଳୟ ତାଲା ପକାଇବାକୁ ଯାଉଥିବାବେଳେ ବ୍ଲକ ଅଧକ୍ଷ ଦିବାକର ପାତ୍ରଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତବାସୀ ନିଜ ଜିଦିରୁ ଓହରିଥିଲେ l ପରେପରେ ବ୍ଲକ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଡ଼ିଓଙ୍କ ସହିତ ବ୍ଲକ ଅଧକ୍ଷ ଏବଂ ପଞ୍ଚାୟତର ମୁଖିଆ ମାନଙ୍କ ସହିତ ଆଲୋଚନା ହୋଇଥିଲା l ଏହାର ସମାଧାନ ଖୁବଶୀଘ୍ର ହେବ ପ୍ରତିଶୃତି ପାଇବା ପରେ ପଞ୍ଚାୟତବାସୀ ଧାରଣାରୁ ଉଠିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ