May 10, 2026

ବାର୍ଦ୍ଧକ୍ୟ ଭତ୍ତା ରେ ବ୍ରହ୍ମଗିରି ବ୍ଲକରେ ଅନିୟମିତତା  ୯୧ବୟସ ର ବୃଦ୍ଧା ପାଉନାହାନ୍ତି ଉଚ୍ଚିତ ଭତ୍ତା l

IMG-20250201-WA0076
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବେଣ୍ଟପୁର ଗ୍ରାମପଞ୍ଚାୟତ ର ହାରାମଣି ସାହୁ ବୟସ ୯୧ କିନ୍ତୁ ହାରାମଣିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ମାତ୍ର ଏକ ହଜାର ଟଙ୍କା l ହାରାମଣିଙ୍କ ପୁତ୍ର ଅର୍ଜୁନ ସାହୁଙ୍କ କହିବାନୁସାରେ କେନ୍ଦ୍ର ସରକାର ୮୦ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ମାନଙ୍କୁ ୩୫୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆମ ପଞ୍ଚାୟତ ର ସରପଞ୍ଚ ରାଜନୈତିକ କାରଣରୁ ଆକ୍ରୋଶ ମୂଳକ ଭାବେ ମୋ ମାଙ୍କ ବୟସ କମ କରି ଏକ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଛନ୍ତି l ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆମ ଚାନେଲ ପ୍ରତିନିଧି ବ୍ରହ୍ମଗିରି ବ୍ଲକରେ ପହଞ୍ଚି ଭତ୍ତା ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ସହିତ ଆଲୋଚନା କରି ଜାଣିବାକୁ ପାଇଲେ ଯେ ହାରାମଣିଙ୍କ ବୟସ ଭୋଟ ପରିଚୟପତ୍ରରେ ୯୧ ବର୍ଷ ଥିବାବେଳେ ଆଧାର କାର୍ଡରେ ବୟସ ୭୭ବର୍ଷ ଅଛି l ତେଣୁ ହାରାମଣିଙ୍କ ପରିବାର ସଦସ୍ୟ ଯେତେଶୀଘ୍ର ଭୋଟ ପରିଚୟ ପତ୍ର ସହିତ ଆଧାର କାର୍ଡର ବୟସ ରିନୁ କରି ସମାନ ବୟସ କରି କାର୍ଯାଳୟ ରେ ଦାଖଲ କରିବେ ସେହିଦିନ ଠାରୁ ହାରାମଣିଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ l ଏହାପରେ ଆମ ପ୍ରତିନିଧି ସରପଞ୍ଚଙ୍କ ସହିତ ସାକ୍ଷାତ କରି ଆଲୋଚନା କରିବାକୁ ଗଲାବେଳେ ସରପଞ୍ଚ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି ସର୍ବେଶ୍ୱର ପଲାଇ କହିଥିଲେ ଯେ ହାରାମଣିଙ୍କ ପୁତ୍ର ଅର୍ଜୁନ ସାହୁ କେବେ ତାଙ୍କୁ ଦେଖାହୋଇ ଏହି ବିଷୟରେ ଆଲୋଚନା କରିନାହାନ୍ତି l ହେଲେ ହାରାମଣି ଙ୍କ ପୁତ୍ର ଅର୍ଜୁନ କହିବାନୁସାରେ ବାରମ୍ବାର ସରପଞ୍ଚଙ୍କ କାର୍ଯ୍ୟାଳୟ ଠାରୁ ଘର ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି କେହି ତାଙ୍କ କଥା ଶୁଣୁ ନାହାନ୍ତି l ଆଗକୁ ଦେଖିବାକୁ ବାକିରହିଲା ହାରାମଣି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩୫୦୦ଟଙ୍କା ପାଉଛନ୍ତି ନା ତାପୂର୍ବରୁ ସେ ସ୍ବର୍ଗବାସୀ ହେଉଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ