February 1, 2025

ବନ୍ୟଜନ୍ତୁ ଶିକାର ଉଦ୍ୟମ, ବନ ବିଭାଗର ଚଢ଼ାଉ। ଦୁଇ ଶିକାରୀ ଗିରଫ ଓ ଦେଶୀ ବନ୍ଧୁକ ଜବତ ।

Share

 

ଭଂଜନଗର -(୧/୨/୨୦୨୫) ଜଙ୍ଗଲ ଭିତରେ ଶିକାର ଉଦ୍ୟମ ବେଳେ, ବନ ବିଭାଗର ଚଢ଼ାଉ । ଗୋଟିଏ ଦେଶୀ ବନ୍ଧୁକ ସହ, ଦୁଇ ଶିକାରୀ ଗିରଫ । ଉତ୍ତର ବନଖଣ୍ଡ ଅଧିନରେ ଥିବା ଭଂଜନଗର କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଡୁମାକୁମ୍ପା ସେକ୍ସନ୍ ର ତିଲିକି ଜଙ୍ଗଲ ଭାଗ-୪ ନିକଟର ଏହି ଘଟଣା । ଦୁଇ ସନ୍ଦିଗ୍ଧ ବ୍ୟକ୍ତି ବନ୍ଧୁକ ଧରି ଜଙ୍ଗଲ ଭିତରେ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିଲେ । ବନ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ ସେମାନଙ୍କୁ ଧରିଥିଲେ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଛୁରୀ ଏବଂ ଶିକାର ସାମଗ୍ରୀ ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ, ନିକଟସ୍ଥ ଡୁମାକୁମ୍ପା ଗ୍ରାମର କାହ୍ନୁ ଗୈାଡ ଏବଂ ଦନେଇ ପାତ୍ର । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ଭଂଜନଗର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି ।