September 28, 2026

ଦୁର୍ନୀତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ କନିମୂଳ ଗ୍ରାମପଞ୍ଚାୟତ ଘେରାଉ ..

IMG-20250128-WA0030
Share

 

ତିର୍ତ୍ତୋଲ

 

ବଦଳି ଯାଇଛି ସିନା ସରକାର କିନ୍ତୁ ବଦଳିନାହିଁ ସରକାରୀ ରାଜ l ସରକାରଙ୍କ ସମସ୍ତ ନୀତି ନିୟମ ଏବଂ ଓଡିଶା ଉଚ ନ୍ୟାୟଳୟ ନିର୍ଦେଶ କୁ ବେଖାତିର କରି ମହିଳା ସରପଞ୍ଚ ଙ୍କ ସ୍ୱାମୀ କରିତକର୍ମା ପ୍ରକ୍ସି ସରପଞ୍ଚ ମାନଙ୍କର ରାଜ ଏବେ ବି ବଳବତ୍ତର ରହିଥିବାର ଦେଖିବାକୁ ମିଳିଛି l ଏପରି ମେରୀ ରାୟ ନୀତିରେ ପରିଚାଳିତ ସରପଞ୍ଚ ଙ୍କୁ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ରେ । ଜଣେ ମହିଳା ସରପଞ୍ଚ ଭାବରେ ଶ୍ରୀମତୀ ଅନୁସୟା ମହାନ୍ତି ନିର୍ବାଚିତ ହେବା ଦିନୁ ସୁଦୂର ଭୁବନେଶ୍ୱରରେ ରହି ଆସୁଛନ୍ତି l ଆବଶ୍ୟକ ପଡିଲେ ଦେଖା ଦିଅନ୍ତି ନହେଲେ ତାଙ୍କ ପାଇଁ କଥା କୁହନ୍ତି ତାଙ୍କର ସ୍ୱାମୀ l ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ହେଉ ଅବା ବ୍ଲକ ସ୍ତରୀୟ ସରପଞ୍ଚ ଙ୍କ ଭୂମିକାରେ ପ୍ରକ୍ସି ପକାନ୍ତି ସ୍ୱାମୀ l ସରପଞ୍ଚଙ୍କ ଅନୁପସ୍ଥିତି ରେ,ବିଭିନ୍ନ ସରକାରୀ ଯୋଜନାରେ ପଞ୍ଚାୟତ ମଧ୍ୟରେ ହୋଇଥିବା କାର୍ଯ୍ୟ ର ଦସ୍ତାବିଜ ରେ, ସରପଞ୍ଚ ଙ୍କର ଦସ୍ତଖତ କୁ ଜାଲିଆତି କରାଯାଇ, ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଯାଇ ଫାଇନାଲ ବିଲ କରି ବ୍ୟାପକ ଅର୍ଥ ଦୁର୍ନୀତିରେ ସାମିଲ ଥିବାର, ନିକଟରେ ହୋଇଥୁବା ପଞ୍ଚାୟତ ଘେରାଉ ଅବସରରେ ସୂଚନା ଦେଇଛନ୍ତି ଇଂ. ବେଦଦ୍ୟୁତି ପୃଷ୍ଟି l ଖବର ଅନୁସାରେ କନିମୂଳ ବିକାଶ ମଞ୍ଚ ଆନୁକୂଲ୍ୟରେ ପଞ୍ଚାୟତ ଅଫିସ ସମ୍ମୁଖ ପଡିଆରେ କନିମୂଳ ପଞ୍ଚାୟତ ଘେରାଉ ନାମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଶତାଧିକ ମହିଳା ଓ ପୁରୁଷ ଏବଂ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜିତ ସଭାରେ ବିକାଶ ମଞ୍ଚର ସଭାପତି ଶ୍ରୀଯୁକ୍ତ ବୈରାଗୀ ଚରଣ ସ୍ୱାଇଁ, ସମ୍ପାଦକ ବେଦଦ୍ୟୁତି ପୃଷ୍ଟି,, ଯୁବ ସମାଜସେବୀ ସୁବାଷ ରଞ୍ଜନ ସାହୁ, ବରିଷ୍ଠ ସମାଜସେବୀ ରବୀନ୍ଦ୍ର କୁମାର ପ୍ରଧାନ, ସମାଜସେବୀ ଚିନ୍ମୟ କୁମାର ସ୍ୱାଇଁ ଏବଂ କନିମୂଳ କଂଗ୍ରେସ ସଭାପତି ଅଶୋକ କୁମାର ମହାନ୍ତି ଯୋଗଦେଇ ପଞ୍ଚାୟତ ରେ ଚାଲିଥିବା ବିଭିନ୍ନ ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ଲୋକଲୋଚନକୁ ଆଣିଥିଲେ l ଯାହା ସୂଚନା ଅଧିକାର ଆଇନ ମାଧ୍ୟମରେ ପାଇଥିବାର ଆମ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ l ଏହି ସଭାର ତିନିଦିନ ପୂର୍ବରୁ ଏକ ପ୍ରେସମିଟ ଜରିଆରେ ସର୍ବସାଧାରଣରେ ମଧ୍ୟ ଅବଗତ କରାଇଥିଲେ l ରାସ୍ତାନିର୍ମାଣରେ ହେଉ କି ମୋ ଗୁହାଳ ଯୋଜନାରେ ହେଉ, କୋଉଠି ନା କୋଉଠି ନିମ୍ନ ସ୍ତରର କାର୍ଯ୍ୟ ନିମନ୍ତେ ଆର୍ଥିକ ଦୁର୍ନୀତିରେ ସରପଞ୍ଚଙ୍କ ମୁଖା ଖୋଲିଥିଲେ ବିକାଶ ମଞ୍ଚର ସମ୍ପାଦକ l ସବୁଠୁଁ ବେଶି ସଂଗୀନ ଥିଲା ସରପଞ୍ଚ ଅନସୂୟା ମହାନ୍ତି ଙ୍କ ବିଭିନ୍ନ ରକମର ଜାଲ ଦସ୍ତଖତ ରେ ପ୍ରୋଜେକ୍ଟ ପାସ l ସଭା ର ଅନ୍ତିମ ଚରଣରେ ବିକାଶ ମଞ୍ଚ ର କର୍ମୀମାନେ ପଞ୍ଚାୟତ ଅଫିସକୁ ଶାନ୍ତିପୂର୍ଣ୍ଣ ଭାବେ ଯାଇ, ପଞ୍ଚାୟତ ଅଫିସରଙ୍କୁ, ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ତଦନ୍ତ ମୂଳକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ପଞ୍ଚାୟତ ଅଫିସ ପରିସରରେ ପୋଲିସ ର ଛାଉଣୀ ଦେଖିବାକୁ ମିଳିଥିଲା l କେବଳ ଦେଖିବାକୁ ରହିଲା ପଞ୍ଚାୟତର ଦୁର୍ନୀତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟଧାରା ରହୁଛି କଣ ???

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।