ତାମ୍ପରଗୁଡା ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ
ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାଙ୍କୁ ପରିପ୍ରକାଶ ମାଧ୍ୟମ ହେଉଛି ଆହ୍ଲାଦ
ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଫିସ ନିକଟରେ ଥିବା ତାମ୍ପରଗୁଡା ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଆହ୍ଲାଦ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ଦଣ୍ଡସେନା ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ବାରା ପୁଷ୍ପଗୁଚ୍ଛ ଦେଇ ଉପସ୍ଥିତ ଅତିଥିଙ୍କୁ ସ୍ବାଗତ କରାଯାଇଥିଲା।ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ସୂଜନ ମଲ୍ଲିକ, ଓଡ଼ିଶା ଆର୍ଦଶବିଦ୍ୟାଳୟ ପ୍ରଧାନଶିକ୍ଷକ ,ପାରିଖିତି ସମତିସଭ୍ୟା ଲକ୍ଷ୍ମୀ କାଡ୍ରାକା,ତାମ୍ପରଗୁଡା ଓ୍ବାର୍ଡମେମ୍ବର ମକରଧ୍ବଜ ଧୋବା, ଆର୍ଦଶବିଦ୍ୟାଳୟ କଳାଶିକ୍ଷକ ଆଶୁତୋଷ ପାତ୍ର, ସାମ୍ବାଦିକ ରାକେଶ କୁମାର ବେହେରା,ବ୍ଲକ ଯୁବ ବିଜେଡି ସଭାପତି ତଥା ସାମ୍ବାଦିକ ସଞ୍ଜୟ ପ୍ରଧାନ ପ୍ରମୁଖ ମଞ୍ଚସୀନ ଥିଲେ।
ପ୍ରଥମେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠୀ ଶିକ୍ଷାଧିକାରୀ ସୂଜନ ମଲ୍ଲିକ ନିଜ ବକ୍ତବ୍ୟରେ ଉତ୍କଳ ଦିବସ ଆଭିମୁଖ୍ୟ ବାର୍ଷିକ ଉତ୍ସବ ସମ୍ପର୍କରେ ମତାମତ ପ୍ରଦାନ କରିବା ସହ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାଙ୍କୁ ପରିପ୍ରକାଶ ମାଧ୍ୟମ ହେଉଛି ଆହ୍ଲାଦ-୨୦୨୩ ପାଳନ କରାଯାଉଥିବା କହିଥିଲେ।
ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ କୃତି ପ୍ରତିଯୋଗୀଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ର ଉତ୍ତମ ଛାତ୍ରଛାତ୍ରୀ ଭାବେ ପୁରସ୍କୃତ ହୋଇଥିଲେ।ପରେ ପ୍ରାଥମିକବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।।
ରିପୋର୍ଟ ରାକେଶ କୁମାର ବେହେରା