May 20, 2025

ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ମହେନ୍ଦ୍ରକୁ ( ହାତୀ )..

Share

 

ମୟୂରଭଞ୍ଜ ( ଦେବାଶିଷ ଦାଶ )

ବିଶ୍ୱପ୍ରସିଦ୍ଧ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ତାର ଗୋଟେ ଲଢୁଆ ପୁଅକୁ ସବୁଦିନେ ପାଇଁ ହରେଇ ବସିଲା ଶିମିଳିପାଳର ଚହଲାଠାରେ, ଯାହାକି ମୟୁରଭଞ୍ଜ ଜିଲ୍ଲା ପାଇଁ ଏକ ଦୁଃଖଦ ଘଟଣା ସହିତ ଶିମିଳିପାଳକୁ ଏକ ଅପୂରଣୀୟ କ୍ଷତି l

ଶିମିଳିପାଳର ମହେନ୍ଦ୍ରକୁ କିଏ ବା ନଜାଣେ l ଓଡିଶାରେ କେଉଁ ଜାଗାରେ ହାତୀ ଉତ୍ପାତ ହଉ କୀ ବାଘକୁ ଟ୍ରାକିଙ୍ଗ କରିବା କ୍ଷେତ୍ରରେ ଆମ ହିରୋ ହାତୀ ମହେନ୍ଦ୍ରକୁ ହିଁ ତୁରନ୍ତ ଖୋଜା ପଡେ l ଶିମିଳିପାଳ ଓ ମୟୁରଭଞ୍ଜ ପ୍ରତି ତାର ଦାନ ଅତୁଳନୀୟ ଅଟେ l ତାର ସ୍ଥାନ ଅପୂରଣୀୟ ହୋଇ ରହିବ ସବୁଦିନ ପାଇଁ l ଆସନ୍ତୁ ଆମେ ସବୁ ମିଶିକି ଆମ ଶିମିଳିପାଳ ହିରୋ ଆମ ପ୍ରିୟ ହାତୀ ମହେନ୍ଦ୍ର ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଟିଏ ଅର୍ପଣ କରିବା l ତାର ଅବଦାନକୁ ସବୁଦିନେ ଚିରସ୍ମରଣୀୟ କରିବା ପାଇଁ “ସ୍ମୃତି-ସ୍ତମ୍ଭ” ଟିଏ ପାଇଁ ରାଜ୍ୟ ସରକାର ନିକଟରେ ଓଡିଶା ସାମ୍ବାଦିକ ମହାସଂଘ ରାଜ୍ୟ ସଭାପତି ସୁକୁମାର ରଞ୍ଜନ ପ୍ରଧାନ ଦାବି କରିଛନ୍ତି l ଏବଂ ଓଡିଶା ସାମ୍ବାଦିକ ମହାସଂଘ ତରଫରୁ ତାର ଆତ୍ମର ସଦଗତି କାମନା କରାଯାଉଛି l