September 26, 2026

ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ 

IMG-20250115-WA0094
Share

 

ତା – ୧୫/୦୧/୨୦୨୫ ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗତ ତା ୦୬/୦୧/୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା – ୧୫/୦୧/୨୦୨୫ ରିଖରେ ସମାପ୍ତି ହେଇଛି । ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉତ୍ସବର ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମର ସଂଚାଳନ କରିବା ସହ ସ୍ୱାଗତ ଅଭିଭାଷଣ କରିଥିଲେ। ମଞ୍ଚାସିନ ମୁଖ୍ୟ ବକ୍ତା ଏକାଡେମୀକ ଅଧିକାରୀ ରୁନିବାଳା ତ୍ରିପାଠୀ, ପ୍ରଶିକ୍ଷିକା ଅର୍ଚନା ବିଶ୍ୱାଳ, ସୁନିତା ରାଣୀ ସେଠି ପ୍ରମୁଖ ଶିବିରାର୍ଥୀମାନେ ଉକ୍ତ ଶିକ୍ଷାକୁ ଆବଶ୍ୟକ ସ୍ଥଳେ ଦୃଢତାର ସହ ଉପଯୋଗ କରି ନିଜକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଶିବିରାର୍ଥୀମାନେ ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ କେତେକ ତାଲିମ କୌଶଳ ଗୁଡିକ ଅତିଥିମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ। ତାଲିମପ୍ରାପ୍ତ ଶିବିରାର୍ଥୀମାନଙ୍କୁ ତାଙ୍କର ସଫଳ ତାଲିମ ପାଇଁ ସେମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପାତ୍ର ପ୍ରଦାନ କରିଥିଲେ। ତାଲିମ କାର୍ଯ୍ୟର ସଂଯୋଜିକା ଅଧ୍ୟାପିକା ଜୟଶ୍ରୀ ସେଠି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ଦୀପୁ ଭୂୟାଁ, ପି ଦୀପକ ରାଓ, ପ୍ରଦୀପ ଦିଗାଲ, ତ୍ରିନାଥ ବେହେରା, ଗାଙ୍ଗୁଲି ପାଲଟାସିଂ, ପିଙ୍କି ପୋଲାଈ, ଭାରତୀ ବିଶ୍ୱାଳ, ଯମୁନା ଖୁଣ୍ଟିଆ, ଶିବାନୀ ନାୟକ, ପଦ୍ମ ଚାରଣ ନାୟକ, ସନ୍ତୋଷ ବିଶୋଇ, ବୁଦ୍ଧିରାମ ବିଶ୍ୱାଳ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed