May 11, 2026

ପୁଷ୍ୟାଭିଷେକପାଇଁଶ୍ରୀମନ୍ଦିରରେ_ଫୁଲମେଲଣ..

IMG-20250113-WA0056
Share

 

ପୁରୀ (ଦେବାଶିଷ ଦାଶ୍ )

ଆଜି ପବିତ୍ର ପୌଷ ମାସ ପୂର୍ଣ୍ଣିମା ତିଥିରେ ବା ପୁଷ୍ୟାଭିଷେକ ପୂର୍ଣ୍ଣିମା ବା ଦେବାଭିଷେକ ପୁର୍ଣ୍ଣିମାରେ ଅର୍ଥାତ ମକର ସଂକ୍ରାନ୍ତିର ପୂର୍ବଦିନ ଵା ନବାଙ୍କ ବେଶ ଦିନ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଫୁଲ ମେଲାଣ ବା ଫୁଲ ମେଲଣ ବା ଫୁଲ ମେଳଣ ନୀତି ଅନୁଷ୍ଠିତ ହେଉଅଛି।

ଆଜି ଶ୍ରୀମନ୍ଦିରର ମାଳି ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଜଳକବରମାନ ସହ ମାଳ, ଚୂଳ ଓ ଫୁଲମାଳ ଧରି ତଳୁଚ୍ଛ ପଟୁଆରରେ ଘଣ୍ଟ, ଛତା ଓ କାହାଳି ସହ ବଡ଼ଦେଉଳକୁ (ଶ୍ରୀମନ୍ଦିର) ଏକ ଥର ବେଢ଼ା ପରିକ୍ରମା କରନ୍ତି। ଏହା ପରେ ଖୁଣ୍ଟିଆ ସେବକ ନେଇ ସଂଧ୍ୟା ଆଳତି ବେଶରେ ରତ୍ନ ସିଂହାସନରେ ଶ୍ରୀବିଗ୍ରହଙ୍କୁ ଲାଗି କରାନ୍ତି। ଏହି ଦିନ ବଡ଼ ସିଂହାର ବେଶରେ ସୋଲ , ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖଚକ୍ର, ହଳମୂଷଳ, ମକର କୁଣ୍ଡଳ, ତଡ଼ଗୀ ଇତ୍ୟାଦି ଶ୍ରୀବିଗ୍ରହମାନେ ଲାଗି ହୁଅନ୍ତି। ଏହି ବେଶକୁ ନବାଙ୍କ ବେଶ କୁହାଯାଏ।