May 11, 2026

ଭାରୋତ୍ତଳନରେ ବାଲିପଦର କଲେଜ ଛାତ୍ରଙ୍କ କୃତିତ୍ବ 

IMG-20250113-WA0044
Share

 

ବୁଗୁଡା : ତା ୧୩/୦୧/୨୫ : ସର୍ବ ଭାରତୀୟ ଉତ୍ତର-ପୂର୍ବ କ୍ଷେତ୍ର ସ୍ତରୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଭାରୋତ୍ତଳନ ପ୍ରତିଯୋଗିତାରେ ଏଠାକାର ବାଲିପଦର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଛାତ୍ର ଦାମୋଦର ପାଣିଗ୍ରାହୀ ରୌପ୍ୟ ପଦକ ହାସଲ କରି ବୁଗୁଡା ଅଞ୍ଚଳ ପାଇଁ ଗୌରବ ଆଣିଥିବା ଜଣାଯାଇଛି । ପଞ୍ଜାବ ରାଜ୍ୟର ଲଭଲି ପ୍ରଫେସନାଲ ୟୁନିଭରସିଟି ପରିସରରେ ଆୟୋଜିତ ଉକ୍ତ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ ସ୍ନାଚରେ ୧୧୬ କି.ଗ୍ରା ଏବଂ କ୍ଲିନ୍ ଏଣ୍ଡ୍ ଜର୍କରେ ୧୫୦ କି.ଗ୍ରା ଭାରୋତ୍ତଳନ କରି ରୌପ୍ୟ ପଦକ ହାସଲ କରିଥିଲେ। ଭାରୋତ୍ତଳନକାରୀ ଦାମୋଦର ତାଙ୍କର ଏହି କୃତିତ୍ବ ଯୋଗୁଁ ବିଭିନ୍ନ ମହଲରୁ ପ୍ରଶଂସା ଦ୍ବାରା ପ୍ରଦର୍ଶିତ ସମ୍ମାନ ପାଇଛନ୍ତି। ବୁଗୁଡା ରିପୋର୍ଟ, ହର ପ୍ରସାଦ ପାଢି