January 9, 2025

ପ୍ରକାଶ ପାଇଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଚୂଡାନ୍ତ ଭୋଟର ତାଲିକା 

Share

 

 

ବାଲେଶ୍ୱର (ଶେଖ୍ ନଜିମ୍):ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଚୂଡାନ୍ତ ଭୋଟର ତାଲିକା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରକାଶ କରାଯାଇଛି । ଏନେଇ ଆୟୋଜିତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର ରାଇମତ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ଏହି ବୈଠକ ଅଧ୍ୟକ୍ଷତା କରିବା ସହିତ ପ୍ରକାଶିତ ତାଲିକାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହି ତାଲିକା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ମୋଟ ୧୯,୧୧,୫୪୮ ଜଣ ଭୋଟର ଥିବା ବେଳେ ସର୍ବମୋଟ ୧୯୨୭ ଟି ପୋଲିଂ ଷ୍ଟେସନ ରହିଛି । ୩୫-ଜଳେଶ୍ୱର ରେ ମୋଟ ୨୫୬୬୦୫, ୨୬-ଭୋଗରାଇ ରେ ୨୩୫୯୬୭, ୩୭- ବସ୍ତା ରେ ୨୪୬୯୧୩, ୩୮- ବାଲେଶ୍ୱର ରେ ୨୩୨୨୬୭, ୩୯- ରେମୁଣା (ଏସସି) ରେ ୨୩୨୨୯୧, ୪୦- ନୀଳଗିରି ରେ ୨୧୮୫୫୦, ୪୧- ସୋର (ଏସସି) ରେ ୨୨୯୪୮୪ ଓ ୪୨- ସିମୁଳିଆ ରେ ୨୫୯୪୭୧ ଚିହ୍ନିତ ଭୋଟର ରହିଛନ୍ତି । ସେହି ଭଳି ୩୫-ଜଳେଶ୍ୱର ରେ ମୋଟ ୨୫୫, ୨୬-ଭୋଗରାଇ ରେ ୨୫୩, ୩୭- ବସ୍ତା ରେ ୨୫୭, ୩୮- ବାଲେଶ୍ୱର ରେ ୨୧୧, ୩୯- ରେମୁଣା (ଏସସି) ରେ ୨୩୩, ୪୦- ନୀଳଗିରି ରେ ୨୨୦, ୪୧- ସୋର (ଏସସି) ରେ ୨୨୭ ଓ ୪୨- ସିମୁଳିଆ ରେ ୨୭୧ ଟି ପୋଲିଂ ଷ୍ଟେସନ ରହିଛି । ନୂତନ ଭୋଟରଙ୍କ ସଂଖ୍ୟା ୪୩୦୪୧ ରହିଥିବା ବେଳେ ତାଲିକାଭୁକ୍ତ ଭିନ୍ନକ୍ଷମଙ୍କ ସଂଖ୍ୟା ୨୮୦୧୫ ଥିବା ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଇଂଟିଗ୍ରେଟେଡ୍ ଡ୍ରାଫ୍ଟ ଭୋଟର ତାଲିକା ଗତ ଅକ୍ଟୋବର ମାସ ତା ୨୯ ରିଖରେ ପ୍ରକାଶ ପାଇଥିଲା ଏବଂ ବିଶେଷ ଅଭିଯାନ ତାରିଖ ଭାବରେ ୨, ୧୦, ୧୬ ଓ ୨୪ ନଭେମ୍ବର ଧାର୍ଯ୍ୟ କରାଯାଇଥିଲା ।